-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୩୯ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୭୬୬ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୯୨, ବାଲେଶ୍ୱର ଜିଲ୍ଲାରେ ୭୦୪, ବରଗଡ ଜିଲ୍ଲାରେ ୨୬୯, ଭଦ୍ରକ ଜିଲ୍ଲାରେ ୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୮୬. ବୌ ଦ୍ଧ ଜିଲ୍ଲାରେ ୭୭, କଟକ ଜିଲ୍ଲାରେ ୧୨୪୩, ଦେବଗଡ ଜିଲ୍ଲାରେ ୬୯, ଢେଙ୍କାନାଳ ଜିଲ୍ଲାରେ ୧୩୨. ଗଜପତି ଜିଲ୍ଲାରେ ୭୧୮ ଜଗତସିଂହପୁର ଜିଲ୍ଲାରେ ୫୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୦୨୧, ଝାରସୁଗୁଡା ଜିଲ୍ଲାରେ ୨୨୬, କଳାହାଣ୍ଡି ଜିଲ୍ଲାରେ ୮୭, କନ୍ଧମାଳ ୨୫୦, କେନ୍ଦ୍ରାପଡା ଜିଲ୍ଲାରେ ୩୫୨, କେନ୍ଦୁଝର ଜିଲ୍ଲାରେ ୪୧୪, ଖୋର୍ଧା ଜିଲ୍ଲାରେ ୨୦୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୧୧, ମାଲକାନଗିରି ଜିଲ୍ଲାରେ ୨୯୬, ମୟୁରଭଂଜ ଜିଲ୍ଲାରେ ୪୬୮. ନବରଙ୍ଗପୁର ଜିଲ୍ଲାରେ ୧୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୪୦, ନୂଆପଡା ଜିଲ୍ଲାରେ ୧୦୦, ପୁରୀ ଜିଲ୍ଲାରେ ୪୧୬, ରାୟଗଡା ଜିଲ୍ଲାରେ ୧୯୫. ସମ୍ବଲପୁର ଜିଲ୍ଲାରେ ୧୮୪. ସୁବର୍ଣପୁର ଜିଲ୍ଲାରେ ୫୩ ଓ ସୁନ୍ଦରଗଡ ଜିଲ୍ଲାରେ ୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।