ଭୁବନେଶ୍ୱର – ରାଜ୍ୟରେ ପ୍ଲାଜମା ଥେରାପି ସଫଳତା ପାଇବା ପରେ ଏନଡିଆରଏଫର ୪ ଜଣ ଯବାନ କଟକ ବଡ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । ବାତ୍ୟା ସମୟରେ ପଶ୍ଚିମବଙ୍ଗ ଯାଇ ଏହି ଯବାନମାନେ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ।
ପୂର୍ବରୁ ଅମ୍ଫାନ୍ ଡ୍ୟୁଟିରୁ ଫେରି କରୋନାରୁ ସୁସ୍ଥ ହୋଇଥିବା ୧୦ ଜଣ ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ ଡିଜି ଟୁଇଟ୍ କରିଥିଲେ । ଏହାପରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ଏହି ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ଖୁବଶୀଘ୍ର ଘରୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ଆଉ ଅକ୍ସିଜେନ ସପୋର୍ଟର ଆବଶ୍ୟକତା ମଧ୍ୟ ପଡୁନାହିଁ । ଅନ୍ୟ ଦୁଇଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଖୁବଶୀଘ୍ର ସେମାନେ ବିପଦମୁକ୍ତ ହେବେ ବୋଲି ଆଶା କରାଯାଉଛି । ୪ ଜଣଙ୍କଠାରୁ ୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିଲା । ଏହି ପ୍ଲାଜମାକୁ ସମ୍ ହସ୍ପିଟାଲର ୪ଜଣ ରୋଗୀ ଓ ଅଶ୍ୱିନୀର ୨ଜଣ ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥିଲା ।