![](https://indokalingtimes.com/wp-content/uploads/2020/06/ikt.jpeg)
ମାଲକାନଗିରି -ଅନ୍ଧ ବିଶ୍ୱାସର କରୁଣ ପରିଣତି । ଗୁଣିଆର ଘୁଷୁରୀ ବିଷ୍ଠା ଚିକିତ୍ସା । ଜଣେ ଅସୁସ୍ଥ ମହିଳାଙ୍କ ଦେହରୁ ଭୂତ ଛଡ଼ାଇବା କହି ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲା ଗୁଣିଆ । କେବଳ ଏତିକି ନୁହେଁ, ଉକ୍ତ ମହିଳାଙ୍କୁ ଘୁଷୁରୀ ବିଷ୍ଠା ମଧ୍ୟ ଖୁଆଇଥିଲା । ଆଉ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଉକ୍ତ ମହିଳା ଜଣକ ଗୁଣିଆ କଥା ମାନି ଯାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଘୁଷୁରୀ ବିଷ୍ଠା ଖାଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମାଲକାନଗିରିର ମଣିଷ । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଜିଲ୍ଲାର ଏମଭି-୬ ଗାଁର ଜଣେ ମହିଳା । ତେବେ ତାଙ୍କର ଚିକିତ୍ସା ପାଇଁ ଶ୍ବଶୁର ଘର ଲୋକେ ଏକ ଗୁଣିଆ ପାଖକୁ ନେଇଥିଲେ । ଆଉ ଗୁଣିଆ କରିଥିଲା ବିଷ୍ଠା ଚିକିତ୍ସା । ପ୍ରଥମେ ମହିଳାଙ୍କ ଦେହରେ ଭୂତ ଲାଗିଥିବାରୁ ଦେହ ଅସୁସ୍ଥ ରହୁଥିବା କହିଥିଲା ଗୁଣିଆ । ଆଉ ନିସ୍ତୁକ ମାଡ଼ ମାରିଥିଲା । ଏପରିକି ଘୁଷୁରୀ ବିଷ୍ଠା ମଧ୍ୟ ଖୁଆଇଥିଲା । ଅନ୍ୟପଟେ ଗୁଣିଆର ଏହି ଚିକିତ୍ସାରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ମହିଳା । ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି ।