କେନ୍ଦୁଝର– କେନ୍ଦୁଝର ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଯୋଦ୍ଧାଙ୍କ ସମେତ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ବର୍ତମାନ ସୁଦ୍ଧା କରୋନା ଯୋଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଥିବା ସମ୍ପର୍କରେ ମତ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଅବଶ୍ୟ କରୋନା ଯୋଦ୍ଧାଙ୍କ ମଧ୍ୟରେ ସଂକ୍ରମଣର କାରଣ ସମ୍ପର୍କରେ ଜନସାଧାରଣ ଅଦ୍ୟାବଧି ଅନ୍ଧାରରେ ରହିଛନ୍ତି । ଗତକାଲି କେନ୍ଦୁଝରଗଡ ମ୍ୟୁନିସପାଲଟି ଅଂଚଳରେ ଚିହ୍ନଟ ଆକ୍ରାନ୍ତ ଜଣକ ବଳଦେବଜୀଉ କଲୋନୀରେ ରହୁଥିବା ତାଙ୍କ ପରିବାରଙ୍କ ସଂସ୍ପର୍ଶରେ ଆସିଥିବା ଘଟଣାକୁ ନେଇ ଉକ୍ତ ଅଂଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିବା ସହ ମନରେ ଭୀତି ସଂଚାର କରିଛି । ଅନ୍ୟପକ୍ଷରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ଧିରେ ଧିରେ ବଢୁଥିଲେ ମଧ୍ୟ ଏ ସମ୍ପର୍କରେ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟେଂନମେଟଂ ଜୋନ୍ ସମ୍ପର୍କିୟ ସୂଚନାର ଆବଶ୍ୟକ ରହିଥିବା ବେଳେ ତାହା ମିଳୁ ନଥିବା ଅଭିଯୋଗ ଆସିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।
ସୋମବାର ଦିନ ଚିହ୍ନଟ ୨୪ କରୋନା ଆକ୍ରନ୍ତଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧାଙ୍କ ବ୍ୟତିତ ୫ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଯେଉଁମାନେ ଜିଲ୍ଲାର ବଡବିଲ ମ୍ୟୁନିସପାଲଟି ଅଂଚଳର ହୋଇଥିବା ବେଳେ ସେମାନେ ସେହି ଅଂଚଳର ପୂର୍ବ ସଂକ୍ରମିତ ମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବଂ ଅନ୍ୟ ୧୮ ଜଣ ଆକ୍ରାନ୍ତ ଅସ୍ଥାୟୀ ମେଡିକାଲ ସେଟଂର କ୍ୱାରେଟାଂଇନ କେନ୍ଦ୍ରରେ ରହୁଥିଲେ । ସେହି ଅସ୍ଥାୟୀ ମେଡିକାଲ କ୍ୱାରେଟାଂଇନ୍ ସେଟଂର ମଧ୍ୟରେ ସାହାରପଡା ବ୍ଳକ, ଚମ୍ପୁଆ ବ୍ଳକ , କେନ୍ଦୁଝର ସଦର ବ୍ଳକ, ହାଟଡିହି ବ୍ଳକ ଓ ଯୋଡା ବ୍ଳକ ଅର୍ନ୍ତଭୁକ୍ତ ଅଟେ । ଫଳରେ ଜିଲ୍ଲାରେ ଅଦ୍ୟାବଧି କରୋନା ପଜିଟିଭଙ୍କ ସଂଖ୍ୟା ୪୧୪ କୁ ବୃଦ୍ଧି ପାଇଥିବା ବେଳେ ଇତି ମଧ୍ୟରେ ୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଆକ୍ଟିଭ କେଶ ୮୩ ରହିଛି ।