![](https://indokalingtimes.com/wp-content/uploads/2020/06/ikt.jpeg)
ଜୟପୁର– କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ ଗଞ୍ଜେଇ ଟ୍ରକରେ ଲୋଡ ହେବା ସମୟରେ ଚଢ଼ଉ କରିଛି । ଏହି ମାମଲାରେ ୪ ଜଣକୁ ଗିରଫ କରିଛି । ଜୟପୁର ଘାଟିର ବଣ ଦୁର୍ଗା ମନ୍ଦିର ନିକଟରେ ଟ୍ରକ୍ ନଂ ଡବ୍ଲୁ ବି ୧୧ ବି ୪୮୯୨ ରେ ଗଞ୍ଜେଇ ଲୋଡିଙ୍ଗ ହେଉଥିବା ବେଳେ ପୋଲିସ ଚଢ଼ଉ କରିଥିଲା । ଟ୍ରକ୍ ଉପରେ ସିଂଥେଟିକ ପାଣି ଟେଙ୍କ ଆଉ ଭିତରେ ଗଞ୍ଜେଇ ଭରି ହୋଇ କିଛି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ଚଢ଼ଉ ବେଳେ ଟ୍ରକରୁ ୧ ହଜାର କ୍ୱିଂଟାଲ ୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଲୋଡ ହେବା ପରେ ଛତିଶଗଡର ରାୟପୁର ଚାଲାଣ ହେଇଥାନ୍ତା । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଢେପଗୁଡାର ଅଭିନାଶ ପଲାଇ (୨୪), ହିରା ବାହାଦୁର (୩୩), ବିହାର ରାଜ୍ୟର ବିନୋଦ କୁମାର ୟାଦବ (୨୫) ଓ ରାହୁଲ କୁମାର (୧୮) । ଏହି ମାମଲାରେ ମାଷ୍ଟର ମାଇଣ୍ଡ ବାପା କାଳୁ ଶର୍ମା ଓ ପୁଅ ଦିଲ୍ଲିପ ବାହାଦୁରକୁ ତୁରନ୍ତ ଗିରଫ କରାଯିବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଜୟପୁର ଏସଡିପିଓ ବରୁଣ ଗୁଣ୍ଠାପାଲ୍ଲି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ନିକଟରୁ ୫ଟି ମୋବାଇଲ, ୨ ହଜାର ୩୨୦ ଟଙ୍କା ଜବତ କରିଛି ପୋଲିସ । ଟ୍ର୍ରକଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ପୋଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।