ପୁରୀ-ପୁରୀଜିଲ୍ଲାରେ ଏବେସୁଦ୍ଧା ୪୧୨ ଟି କରୋନା ପଜେଟିବ କେସ ବାହାରିଛି ଏବଂ ସେମାନଙ୍କ ମଧ୍ୟରୁ ଆଜିର ତାରିଖରେ ୯୮ ଟି କେସ ଆକ୍ଟିଭ ଅଛି |ସେଥିମଧ୍ୟରୁ କିଛି ଭୁବନେଶ୍ୱର କୋଭିଡ ହସ୍ପିଟାଲରେ ଏବଂ କିଛି ଲୋକ ପୁରୀର କୋଭିଡ ହେଲଥ ସେଣ୍ଟରରେ ଅଛନ୍ତି|ସମ୍ପୂର୍ଣ୍ଣ ଜିଲ୍ଲାରେ ବର୍ତ୍ତମାନ ୩୦ ଟି କଣ୍ଟେନମେଣ୍ଟ ଜୋନ ସକ୍ରିୟ ଅଛି |ଗତକାଲି ୧୪ ଟି ନୂଆ କେସ ବାହାରିଲା ସେଥି ମଧ୍ୟରୁ ସତ୍ୟବାଦୀ -୧ , କଣାସ -୪, କୃଷ୍ଣ ପ୍ରସାଦ -୧, ଗୋପ -୧ , ନିମାପଡା -୧ ଏବଂ ପୁରୀ ମୁନିସିପାଲିଟିର -୬ ଟି ପଜେଟିଭରୁ ଚାରିଟି କଣ୍ଟାକଟ କେସ ଏବଂ ଦୁଇଟି ଯେଉଁ ଲକ୍ଷଣ ଜନିତ ସର୍ଭେ ଚାଲିଛି ସେଥିରୁ ବାହାରିଥିବା ଗୋଟେ ଘୋଡା ବଜ଼ାର ଏବଂ ଅନ୍ୟଟି ଗୋରାକବର ଲେନରୁ ବାହାରିଛି |ସେମାନଙ୍କର କଣ୍ଟାକଟ ଡ୍ରେଶସିଂ ଏବଂ ଟ୍ରାଭେଲ ହିଷ୍ଟ୍ରି ଉପରେ କାମ ଚାଲିଛି |ଗତକାଲି ଠାରୁ ଅନେକ ବ୍ଲକର ଯେଉଁ ୧୧ ଟି କମ୍ୟୁନିଟି ହେଲଥ ସେଣ୍ଟର ବ୍ଲକ ମାନଙ୍କରେ ଅଛି ସେଠି ଡାଟା ଏଣ୍ଟ୍ରି ଅପରେଟର LTG ର ପ୍ରଶିକ୍ଷଣ ହୋଇଛି |୬ ଟା ରୁ ୭ ଟା ବ୍ଲକରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି |ଏବେ ଆମର ଯେତକ କଣ୍ଟାକଟ ର କେସ ହେଉବା ନୂଆ ଲକ୍ଷଣ ଜନିତ କେସ ହେଉ ସମସ୍ତଙ୍କ ର ଟେଷ୍ଟିଙ୍ଗ ବ୍ଲକ କିମ୍ବା ଗ୍ରାମରେ ଯାଇ କରାଯିବ ଜିଲ୍ଲାରୁ ଟିମ ପଠାଇବା ଦରକାର ପଡିବ ନାହିଁ |ଆମର ବିଶ୍ୱାସ ଅଛି କୌଣସି ବ୍ୟକ୍ତିଙ୍କ ପାଖରେ ଯଦି କିଛି ଲକ୍ଷଣ କାଶ, ଜ୍ୱର ବାହାରିଲା ତେବେ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଜଣାଇବେ |ଆମ୍ଭେମାନେ ବହୁତ ଜଲଦି ତାହାର ଟେଷ୍ଟିଙ୍ଗ ରିପୋର୍ଟ ପାଇ ପରିବା ସହିତ କରୋନା ର ମୁକାବିଲା କରିପାରିବା ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସମସ୍ତ ପୁରୀଜିଲ୍ଲା ବାସୀଙ୍କୁ ଏକ ଭିଡିଓ ମାଧ୍ୟମରେ ସଂବୋଧନ କରି କହିଛନ୍ତି ||
Related Stories
November 1, 2024