ଧର୍ମଶାଳା – ଯାଜପୁର ଜିଲା କୁଆଖିଆ ଥାନା ପକ୍ଷରୁ ୧୭ ତାରିଖ ଦିନ ଭୋଟକା ପଂଚାୟତ ବିଲିପଡା ଗ୍ରାମରେ ଚାଲିଥିବା ନକଲି ଗୁଣ୍ଡି ଓ ଶତାବରୀ କାରଖାନା ଉପରେ ଚଢାଉ ପରେ ଆଜି ଏହି ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ହରିପୁର ଗ୍ରାମର ଆଜି ଅପରାହ୍ନରେ ଆଉ ଏକ ବେଆଇନ ଗୁଣ୍ଡି କାରଖାନା ଉପରେ ଚଡାଉ କରିଛି । ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସଦଳବଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହରିପୁର ଗ୍ରାମର ସଂଞ୍ଜୟ ମହାନ୍ତି ଓ ଅଞ୍ଜନ ମହାନ୍ତିଙ୍କ ଘର ଉପରେ ଚଢାଉ କରିଥିଲେ । ସେମାନେ ନିଜ ଘରେ ବେଆଇନ ଗୁଣ୍ଡି ତିଆରି କରି ବିଭିନ୍ନ ଅଂଚଳରେ ବ୍ୟବସାୟ କରିଥାନ୍ତି । ଏହି ଚଢାଉରେ ତିଆରି ହୋଇଥିବା ୬ ବସ୍ତା ଗୁଣ୍ଡି,୨୦ବସ୍ତା ଧଣିଆ ଓ ୧୫ ବସ୍ତା ଦୋକ୍ତା ସହ ଅନେକ ତିଆରି ସାମଗ୍ରୀକୁ ଜବତ କରିବା ସହ ସଂଜୟ ଓ ଅଞ୍ଜନକୁ ଥାନାରେ ଅଟକ ରଖାଯାଇଥିଲା । ଏହି ଘଟଣାରେ କୁଆଖିଆ ଥାନାରେ ୨୬୦ା୨୦ରେ ଏକ ମାମଲା ରୁଜୁ କରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନରେ ଛାଡି ଦେଇଥିବା ବେଳେ ବ୍ୟବହୃତ ଗୃହକୁ ସିଲ କରି କରାଯାଇଥିବା ନେଇ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।