ଧର୍ମଶାଳା– ଯାଜପୁରରେ ଲକ୍ ଡାଉନର ଆଜି ୨ୟ ଦିନ । ଏହି ୨ୟ ଦିନରେ ଧର୍ମଶାଳା ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ବାଇକ ଓ ମାକ୍ସ ଚେକିଂ କରି ଅମାନିଆଙ୍କଠାରୁ ୨୮ହଜାର୫ଶହ ଟଙ୍କା ଜରିମାନ ଆଦାୟ କରାଯାଇଥିବା ନେଇ ଥାନା ଅଧିକାରୀ ସରୋଜ ସାହୁ ପ୍ରକାଶ କରିଛନ୍ତି । ଆଜି ଦିନ ତମାମ ଧର୍ମଶାଳା ଥାନା ପୁଲିସ ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ଜାରକା ନିକଟରୁ ଏବଂ ଧର୍ମଶାଳା ଥାନା ବ୍ରହ୍ମବରଦା ଫାଣ୍ଡି ଅଧିନସ୍ଥ ବ୍ରହ୍ମବରଦାଠାରେ ପୁଲିସ କଡା ନଜର ରଖିଥିଲା । ଯାତାୟତ ସମୟରେ ଆମାନିଆମାନେ ବିନା କାରଣରେ ବାଇକ ଚଳାଇବା ଅଭିଯୋଗରେ ୨୪ ଗୋଟି ବାଇକରୁ ୨୦ ହଜାର ଓ ମାକ୍ସ ବ୍ୟବହାର କରି ନଥିବାରୁ ୮ହଜାର୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏବଂ ଅମାନିଆମାନଙ୍କୁ କଡା ଚେତାବନି ଦେଇ ଛାଡି ଦିଆଯାଇଥିବା ନେଇ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି । ଆଜି ୨ୟ ଦିନରେ କଡା ପାଟ୍ରୋଲିଂ ଯୋଗୁଁ ସାଧାରଣରେ ଏହାର ବିଶେଷ ଭାବେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା ।
Related Stories
November 27, 2024
November 27, 2024