
ବୌଦ୍ଧ– ବୌଦ୍ଧଜିଲ୍ଲାରେ ଆଜି ପୁଣି ୮ ଜଣ ପଜେଟିଭ ବାହାରିବା ପରେ ଦୁଇଦିନ ମଧ୍ୟରେ ୧୩ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତ । ଏହି ୮ ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୭୬ ରେ ପହଂଚିିଥିବାବେଳେ ଚିକିତ୍ସା ପରେ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ମୁତାବକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଖାଉଟି ଫୋରମ ର ଜଣେ କର୍ମଚାରୀ ସମେତ ଜଣେ ଗୃହରକ୍ଷୀ ପଜେଟିଭ ଚିହ୍ନଟ ହେବାପରେ ସରକାରୀ କର୍ମଚାରୀ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ସହିତ ୪ ଦିନ ପାଇଁ ଖାଉଟି ଫୋରମ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ବନ୍ଦ ରଖାଯିବାକୁ ନିଷ୍ପତି ନିଆଯାଇଛି । ପଜେଟିଭ ଚିହ୍ନଟ ହୋଇଥିବା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନେ ନିଜେ ଘରେ ସଙ୍ଗରୋଧରେ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏହାବ୍ୟତୀତ ଚାରିଛକ ଅଂଚଳରୁ ତିନି ଜଣ ସାନ ପିଲା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୁଟୁପାଲି ଅଂଚଳରୁ ୨ ଜଣ ପଜେଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଜିଲ୍ଳାରେ ଦୁଇଦିନ ସଟଡାଉନକୁ କଡାକଡି ଭାବରେ ପାଳନ କରାଯିବା ସହିତ ପୋଡାପଡା, ବ୍ରାହ୍ମଣ ସାହି, ବୁଟୁପାଲି, ନୂଆସାହି ଓ ବନ୍ଧାପଥର ଗ୍ରାମ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ୱାର୍ଡସଭ୍ୟମାନେ ଘର ଘର ବୁଲି ସାଧାରଣଲୋକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଜିଲ୍ଲାରେ ଲକଡାଉନ କଟକଣାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହିତ ଜୁଲାଇ ମାସର ସମସ୍ତ ଶନିବାର ଓ ରବିବାର ସଟଡାଉନ ରଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସେହିପରି ହରଭଙ୍ଗା ବ୍ଲକର ପୁରୁଣାକଟକ, ଚାରିଛକ, ଠିଡିକାଜୋର, ଝାଡ୍ରାଜିଙ୍ଗ୍, ମଥୁରା ପଂଚାୟତର କୋଡାସାହି ଓ ମଧୁପର ଗ୍ରାମକୁ ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ ଭାବରେ ଘୋଷଣା କରାଯାଇ ସଂପୃକ୍ତ ଅଂଚଳକୁ ସିଲ କରାଯାଇଛି । କଂଟେନମେଂଟ ଜୋନରେ ରହିଥିବା ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନ ଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ କଂଟେନମେଂଟ ଜୋନ ଗୁଡିକରେ କଟାକ୍ଟ ଟ୍ରେସିଂ ପରେ ୧୯୦ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ସେମାନଙ୍କ ପରୀକ୍ଷା ରିପୋର୍ଟ ଆସିବାପରେ ଗୋÂୀ ସଂକ୍ରମଣର ସମ୍ଭାବନା ନେଇ ଆକଳନ କରାଯିବ । ଜିଲ୍ଲାରେ ଗୋÂୀ ସଂକ୍ରମଣ ଏଯାଏ ଆରମ୍ଭ ହୋଇନଥିବାବେଳେ ସବୁ ପଜେଟିଭ ଚିହ୍ନଟ ବ୍ୟକ୍ତିବିଶେଷ ବାହାର ରାଜ୍ୟ କିମ୍ବା ଜିଲ୍ଲା ସହ ସଂପୃକ୍ତ ଥିବା ଜଣାଯାଇଛି । ତେବେ ଜନସାଧାରଣ ଅଧିକ ସତର୍କ ରହିବା ସହିତ ସାମାଜିକ ଦୂରତା ନିୟମ ଓ ମାସ୍କ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।