ଗଞ୍ଜାମ– ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାମାନ୍ୟ କରୋନା ଲକ୍ଷଣଜନିତ ବ୍ୟକ୍ତି ବିଶେଷଙ୍କୁ ନିଜ ଗୃହରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି । ଯଦ୍ବାରା କରୋନା ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ କେତେକ ବ୍ୟକ୍ତି ବିଶେଷ କରୋନା ଜନିତ ନିୟମକୁ ଉଲ୍ଲଙ୍ଘନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । ସେମାନେ ନିୟମର ଉଲ୍ଲଙ୍ଘନ କରି ବାହାରେ ବୁଲିବା ଦ୍ବାରା ଅନ୍ୟ ବ୍ୟକ୍ତି ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ବ୍ୟକ୍ତି ବିଶେଷଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ସେମାନଙ୍କ ପ୍ରତି ଏପିଡେମିକ୍ ଆକ୍ଟ -1897 ପ୍ରକାରେ ଭାରତୀୟ ପିଙ୍ଗଳ କୋଡ୍ ର ଦଫା 188 ବଳରେ ଏବଂ ଜରୁରୀକାଳୀନ ପରିଚାଳନା ନିୟମ- 2005 ପ୍ରକାରେ ସେମାନଙ୍କ ବିପକ୍ଷରେ ଏତଲା ଦାୟର କରାଯିବ ଓ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ତୁରନ୍ତ ସ୍ଥାନାନ୍ତର କରାଯାଉ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଶିଶୁ ବିକାଶ ଯୋଜନା ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି ।