କେନ୍ଦ୍ରାପଡ଼ା – ନିଜ ଘରେ ଇଲେକ୍ଟ୍ରି ସଜାଡିବା ଗୁରୁତର ବିପଦକୁ ଡାକି ଆଣିଲା । ବିଦ୍ୟୁତ୍ ଆଘାତରେ ଶିକାର ହୋଇ ପାଟକୁରା ଥାନା ଅଧିନ ତାଳସଙ୍ଗା ଗ୍ରାମର ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ରବିବାର ପୂର୍ବାହ୍ନରେ ସେହି ଗ୍ରାମର ରବିନ୍ଦ୍ର ନାଥ ନାୟକଙ୍କ ପୁଅ ରଶ୍ମି ରଞ୍ଜନ ନାୟକ(୨୪) ନିଜ ଘରେ ବିଦ୍ୟୁତ୍ ବୋର୍ଡ ଖୋଲି ସଜାଡୁ ଥିବା ବେଳେ ଶକ୍ତ ଅଘାତ ପାଇ ଥିଲେ । ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
Related Stories
November 23, 2024