ଗୌହାଟୀ– କାଜିରଙ୍ଗା ଜାତୀୟ ଉଦ୍ୟାନର ୮୫ ପ୍ରତିଶତ ଅଂଚଳ ବନ୍ୟାପାଣିରେ ବୁଡ଼ିଯାଇଛି । ଅଳ୍ପ କିଛିଦିନ ମଧ୍ୟରେ କାଜିରଙ୍ଗାରେ ଦୁଇ ଦୁଇଥର ବନ୍ୟା ଆସିଛି । ଏହାଫଳରେ ଜୀବଜନ୍ତୁମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।
ବନ୍ୟା କାରଣରୁ ବନ୍ୟ ଜୀବମାନେ ଉଚ୍ଚସ୍ଥାନ ଆଡ଼କୁ ପଳାୟନ କରୁଛନ୍ତି । କାଜିରଙ୍ଗା ଉଦ୍ୟାନ ପରିଚାଳକ କହିଛନ୍ତି ଯେ, ବନ୍ୟା କାରଣରୁ ବର୍ତମାନ ସୁଦ୍ଧା ୯ଟି ଗଣ୍ଡା ସମେତ ୧୦୮ଟି ଜୀବଜନ୍ତୁଙ୍କର ମୃତୁ୍ୟ ଘଟିଛି । ଯଦିଓ ପରିସ୍ଥିତି ଧିରେ ଧିରେ ସୁଧାର ଦେଖାଦେଉଛି, ଏହାସତ୍ୱେ ବର୍ତମାନ ମଧ୍ୟ ସେଠାରେ ବନ୍ୟାପାଣି ଜମିରହିଛି । ଉଦ୍ୟାନରେ ତିଆରି କରାଯାଇଥିବା ହାଇଲ୍ୟାଣ୍ଡରେ ଜୀବଜନ୍ତୁଙ୍କୁ ଆଶ୍ରୟ ପାଇଁ ନିଆଯାଇଛି । ସେଠାରେ ଥିବା ସାପମାନେ ଗଛରେ ଆଶ୍ରୟ ନେଇଛନ୍ତି । ଅନ୍ୟପକ୍ଷରେ କିଛି ପଶୁ ଜାତୀୟ ରାଜପଥ ୩୭କୁ ପାର କରି କାର୍ଗି ପାହାଡ଼ ଆଡ଼କୁ ପଳାୟନ କରିବାର ଦେଖିବାକୁ ମିଳିଛି । ଜନବସତି ଅଂଚଳ ଆଡ଼କୁ ପଶୁମାନଙ୍କର ପଳାୟନ ହେବାଦ୍ୱାରା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।