ନୂଆପଡା– ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅରେଡା ପଞ୍ଚାୟତର ମୋହରା ଗ୍ରାମ ଠାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ପଟେଲ ଏବଂ ମଲ୍ଲିକ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଖଡିଆଳ ପୁଲିସ ମଲ୍ଲିକ ଗୋଷ୍ଠୀର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି । ମଲ୍ଲିକ ଗୋଷ୍ଠୀର ଅଜିତ ମଲ୍ଲିକ ଏବଂ ଆଶିଷ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ସୂଚନାମତେ ପୂର୍ବ ଶତୃତାକୁ କେନ୍ଦ୍ର କରି ମଲ୍ଲିକ ଗୋଷ୍ଠୀର ୮ ରୁ ୧୦ ଜଣ ପୂର୍ବ ଯୋଜନା ମୁତାବକ ଧାରୁଆ ଅସ୍ତ୍ର ଟାଙ୍ଗିଆ ଏବଂ ଲୁହା ରଡ ସାହାର୍ଯ୍ୟରେ ପଟେଲ ଗୋଷ୍ଠୀର ପ୍ରାଣେଶ୍ୱର ପଟେଲ, ସନ୍ତୋଷ ପଟେଲ, ପଦ୍ମନ ପଟେଲ ଏବଂ ହେମରାଜ ପଟେଲଙ୍କୁ ଶନିବାର ସକାଳ ସମୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଜଣଙ୍କ ଗୋଟିଏ ଲେଖାଏଁ ଗୋଡ ଏବଂ ହାତକୁ ଭାଙ୍ଗି ଯାଇଥିଲା । ବର୍ତମାନ ଏହି ୪ ଜଣ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
Related Stories
November 23, 2024