ଧର୍ମଶାଳା – ଯାଜପୁର ଜିଲାରେ ଆଜି ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଧର୍ମଶାଳା ବ୍ଲକରେ ୧୦ ଜଣ କରୋନା ଆକାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ଉତରପ୍ରଦେଶରୁ ୩ ଜଣ,କୋଲକାତାରୁ ୩ଜଣ,ତେଲେଙ୍ଗାନାରୁ ୧ଜଣେ ଓ ହରିଆନାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ କଦମପାଳ ପଂଚାୟତରୁ ମୋଟ ୫ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଦିଲ୍ଲୀରୁ ପୁରୁଷ ୪ ଜଣ ଓ ହାଇଦ୍ରାବାଦରୁ ଜଣେ ମହିଳା ସଂକ୍ରମିତ ହୋଇଥିବା ଜଣାପଡିଛି । ୧୩ ଜୁଲାଇରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସମସ୍ତେ କ୍ୱାରେଂଟାଇନରେ ରହୁଥିଲେ । ୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ କଦମପାଳ ମାର୍କେଟ ଓ ସପ୍ତାହିକ ହାଟକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିବା ନେଇ କଦମପାଳ ସରପଂଚ ସୂଚନା ଦେଇଛନ୍ତି । ଧର୍ମଶାଳା ବ୍ଲକର କନିଷ୍କ ଯନ୍ତ୍ରୀଙ୍କୁ କରୋନା ପଜିଟିଭ ଥିବା ଜଣାପଡିଛି । ଜିଲାରେ ତହସିଲଦାରଙ୍କ ପରେ ୨ୟ କରୋନା ଯୋଦ୍ଧାଭାବେ କନିଷ୍କ ଯନ୍ତ୍ରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବ୍ଲକ କାର୍ଯ୍ୟାଳୟ ଓ ରହୁଥିବା ସରକାରୀ କ୍ୱାଟରକୁ ସଂଗରୋଧ କରାଯିବ ବୋଲି ଆଲୋଚନା ଚାଲିଥିବା ଜଣାପଡିଛି । ଏଭଳି ଘଟଣାକୁ ନେଇ ଆଜି ଧର୍ମଶାଳାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଅପରାହ୍ନରେ ସମସ୍ତ ସଂକ୍ରମିତଙ୍କୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ-୧୯ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
Related Stories
November 24, 2024