ନୂଆପଡା- ନୂଆପଡା ଜିଲ୍ଲାର ବିଭିନ୍ନ ପରିବା ବଜାରରେ ବିଭିନ୍ନ ପନିପରିବା ଦର ଆକାଶଛୁଆଁ ହୋଇଯାଇଛି । ପାଖାପାଖି ୧ ମାସ ହେବ ଏହି ଦର ହଟାତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କିନ୍ତୁ ଅନ୍ୟ ଦର ଅପେକ୍ଷା ବର୍ତମାନ ଟମାଟୋ ଦର ଆକଶଛୁଆଁ ହୋଇଥିବାରୁ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ୨ ଦିନ ଧରି ବ୍ୟବସାୟୀ ମାନେ ଟମାଟୋକୁ ୮୦ ଟଙ୍କା କେଜି ଦରରେ ବିକ୍ରୟ କରୁଥିବା ଜଣାପଡିଛି । ଫଳରେ ଖାଉଟି ଅତି ଆବଶ୍ୟକ ଅନୁସାରେ ଟମାଟୋ କିଣିକି ନେଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରତିବର୍ଷର ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ପରିବା ଉତ୍ପାଦନ କମ ଥିବାରୁ ପନିପରିବା ଦର ବୃଦ୍ଧି ପାଉଥିବା ନେଇ ସୂଚନା ମିଳିଛି । ବର୍ତମାନ ସମ୍ପୂର୍ଣ୍ଣ ଭାବରେ ପଡୋଶି ରାଜ୍ୟ ଛତିଶଗଡର ରାୟପୁର ବଜାରରୁ ଏଠାକୁ ଟମାଟୋ ସହ ଅନ୍ୟାନ୍ୟ ପନିପରିବା ଆସୁଥିବା ବେଳେ ହଟାତ ଟମାଟୋ ଦର ବୃଦ୍ଧି ଖାଉଟିଙ୍କୁ ସମସ୍ୟାରେ ପକାଇଛି । ଜିଲ୍ଲା ପ୍ରଶାସନ ଦରଦାମ ନିୟନ୍ତ୍ରଣ ଦିଗରେ ଦୃଷ୍ଟି ଦେବାକୁ ଖାଉଟି ଦାବୀ କରିଛନ୍ତି ।