ଭୋପାଳ – ମଧ୍ୟପ୍ରଦେଶରେ ସବୁ ପ୍ରକାର ଚେଷ୍ଟା ସତ୍ୱେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ଏକ ସପ୍ତାହ ଭିତରେ ଲଗାତର ଏହି ସଂଖ୍ୟା ବଢ଼ିବା ଯୋଗୁଁ ରିକଭରି ରେଟ କମିଯାଇଛି । ଏବେ ଇନ୍ଦୋର, ଭୋପାଳ ସମେତ ଚାରୋଟି ଜିଲ୍ଲାରେ ୩୦୪ ନୂଆ ମାମଲା ସାମନାକୁ ଆସିଛି ଏବଂ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବାଦ ରାଜ୍ୟର ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୨୨ ହଜାର ପାର କରିଛି । ଏବେ ସୁଦ୍ଧା ରାଜ୍ୟରେ କରୋନାରେ ୭୧୦ ଜଣଙ୍କର ମୃତ୍ୟୁ ହୋଇଛି । ଇନ୍ଦୋରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରବୀଣ ଜଡ଼ିଆ ରବିବାରକୁ କହିଛନ୍ତି କି ଏମଜିଏମ ମେଡିକାଲ କଲେଜ ଦ୍ୱାରା ଶନିବାର ବିଳମ୍ବିତ ରାତିରେ ୧୯୫୭ ଟି ସାମ୍ପଲ ଯାଂଚ ରିପୋର୍ଟ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ୧୨୯ଟି ନୂତନ ପଜିଟିଭ ମିଳିଥିଲା । ଏହା ବାଦ ଇନ୍ଦୋର ରେ ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୬୦୩୫ ରେ ପହଂଚିଛି । ଇନ୍ଦୋରରେ ୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେ ସେଠାରେ କରୋନାରେ ମୃତ୍ୟୁ ସଂଖ୍ୟା ୨୯୨ରେ ପହଂଚିଛି । ଭୋପାଳ ସିଏମଏଚଓ ଡା. ପ୍ରଭାକର ତିୱାରୀଙ୍କ କହିବା ଅନୁସାରେ ରାଜଧାନୀରେ ରବିବାର ସକାଳେ ପ୍ରାପ୍ତ ରିପୋର୍ଟରେ କରୋନାରେ ୧୪୯ ନୂଆ ମାମଲା ସାମନାକୁ ଆସିଥିଲା । ଏଥି ସହିତ ଏଠାରେ ସଂକ୍ରମିତ ସଂଖ୍ୟା ବଢ଼ି ୪୩୭୦ ହୋଇଛି । ଏହା ବ୍ୟତୀତ ଉଜ୍ଜୟିନୀ ଏବଂ ହରଦା ଜିଲ୍ଲାରେ ୧୩-୧୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛି । ଚାରୋଟି ଜିଲ୍ଲାରୁ ମିଳିଥିବା ୩୦୪ଟି ନୂଆ ମାମଲା ସହିତ ଏବେ ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୨୨,୦୬୭ ହୋଇଯାଇଛି । ଏଥିରେ ସବୁଠାରୁ ଅଧିକ ଇନ୍ଦୋରରେ ୬୦୩୫, ଭୋପାଳରେ ୪୩୭୦, ଉଜ୍ଜୟିନୀରେ ୯୬୭, ମୁରୋନାରେ ୧୨୧୬, ଗ୍ୱାଲିୟରରେ ୧୫୭୮, ନୀମଚରେ ୫୨୭, ଜବଲପୁରରେ ୭୫୨, ସାଗରରେ ୫୦୪, ବୁରହାନପୁରେ ୪୩୭, ଖଣ୍ଡୱାରେ ୫୦୪, ଖରଗୌନରେ ୪୭୪, ଭିଣ୍ଡରେ ୪୧୧, ଦେୱାସରେ ୩୩୨, ଧାରରେ ୨୬୨, ରତଳାମରେ ୨୬୫, ମନ୍ଦସୌରରେ ୨୬୦, ବଡ଼ୱାନୀରେ ୨୨୯, ରାୟସେନରେ ୧୪୧, ରାଜଗଡ଼ରେ ୧୬୩, ସୋପୁରରେ ୧୪୯, ବୈତୁଲରେ ୧୫୩, ଶାଜାପୁରରେ ୨୨୩, ଛିନ୍ଦୱାଡ଼ାରେ ୯୨, ରୀୱାରେ ୧୩୬, ଟିକମଗଡ଼ରେ ୧୯୧, ଛତରପୁରରେ ୧୦୩, ବିଦିଶାରେ ୧୨୮, ପନ୍ନାରେ ୬୧, ଦମୋହରେ ୭୨, ଶିବପୁରୀରେ ୨୧୬, ଅଶୋକନଗରରେ ୭୫, ଦତିୟାରେ ୧୧୪, ହରଦାରେ ୧୩୫, ସତନାରେ ୬୨, ହୋସଂଗାବାଦରେ ୯୧, ବାଳାଘାଟରେ ୬୧, ନରସିଂହପୁରରେ ୭୭, ଡିଣ୍ଡୋରରେ ୩୧, ଅନୁପୁରରେ ୩୫, କଟନୀରେ ୪୭, ଗୁନାରେ ୫୦, ସହଡୋଲରେ ୪୬, ସିହୋରରେ ୯୪, ଝାବୁଆରେ ୬୬, ସୀଧିରେ ୪୫, ସିଂଗରୋଳୀରେ ୪୬, ଆଗରମାଲୱାରେ ୪୩, ସିବନୀରେ ୨୨, ନିୱାଡ଼ିରେ ୨୩, ଉମରିଆରେ ୩୨, ଅଳୀରାଜପୁରରେ ୪୪ ଏବଂ ମଣ୍ଡଳାରେ ୧୩ ରୋଗୀ ସାମିଲ ଅଛନ୍ତି । ଇନ୍ଦୋରରେ ୪ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୭୧୦ ହୋଇଛି । ମୃତକ ସବୁଠାରୁ ଅଧିକ ଇନ୍ଦୋରରେ ୨୯୨, ଭୋପାଳରେ ୧୨୯, ଉଜ୍ଜୟିନୀରେ ୭୧, ବୁରହାନୁପରରେ ୨୩, ଖଣ୍ଡୱାରେ ୧୮, ଜବଳପୁରେ ୧୭, ଖରଗୌନରେ ୧୫, ଗ୍ୱାଲିୟରରେ ୮, ଧାରରେ ୮, ମନ୍ଦସୌରରେ ୯, ନିମଚରେ ୮, ସାଗରରେ ୨୩, ଦେୱାସରେ ୧୦, ରାୟସେନରେ ୫, ହୋସଂଗାବାଦରେ ୪, ସତନାରେ ୩, ଆଗରମାଲୱାରେ ୨, ଝାବୁଆରେ ୨, ଅଶୋକନଗରରେ ୧, ସାଜାପୁରରେ ୪, ଦତିୟାରେ ୧, ଛିନ୍ଦୱାଡ଼ାରେ ୨, ସିହୋରରେ ୪, ଉମରିଆରେ ୧, ରତଲାମରେ ୬, ବଡ଼ୱାନୀରେ ୩, ମୁରେନରେ ୫, ରାଜଗଡ଼ରେ ୭, ସୋପୁରରେ ୨, ଟିମକଗଡ଼ରେ ୬, ରୀୱାରେ ୧, ଗୁନାରେ ୨, ହରଦାରେ ୪, କଟନୀରେ ୩, ସୀଧୀରେ ୧, ଶିବପୁରୀରେ ୨, ଅଳୀରାଜପୁରରେ ୧, ଭିଣ୍ଡରେ ୧, ବୈତୁଳରେ ୧, ନରସିଂହପୁରରେ ୧, ସିବନୀରେ ୧, ସିଂଗରୌଳୀରେ ୧, ଛତରପୁରରେ ୧ ଏବଂ ମଣ୍ଡଳାରେ ଜଣେ ବ୍ୟକ୍ତି ସାମିଲ ଅଛନ୍ତି । ପ୍ରଦେଶରେ ଏବେ ସୁଦ୍ଧା ୧୪,୮୬୪ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୬୪୯୭ ସକ୍ରିୟ ଅଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ ପ୍ରଦେଶରେ ସକ୍ରିୟ ମାମଲା ପାଖାପାଖି ୩ ହଜାର ଥିଲା । ଯାହା ରିକଭରି ରେଟ୍ ଥିଲା ୭୬.୯ । ମାତ୍ର ଏକ ସପ୍ତାହ ଧରି ଲଗାତର ୬୦୦ ରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି । ଯେଉଁଥିପାଇଁ ପ୍ରଦେଶରେ ରିକଭରି ରେଟ କମିଯାଇ ୬୮ରେ ପହଂଚିଛି ।