ଅନୁଗୋଳ – ଦାଦା ପୁତୁରା ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ହେଟାବାଘ ଆକ୍ରମଣରେ ଦାଦା ଗୁରୁତର ଆହତ ହୋଇଛନ୍ତି । ତେବେ ପୁତୁରାର ଚିକ୍ରାର ଶୁଣି ଘଟଣାସ୍ଥଳରେ ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ପହଂଚି ଯିବାରୁ ଦାଦା ବାଘ କବଳରୁ ଅଳ୍ପକେ ରକ୍ଷା ପାଇଛନ୍ତି । ଆଜି ସକାଳେ ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ ।
ଅନ୍ତୁଳିଆ ଗ୍ରାମର ଚିତରଞ୍ଜନ ଦଳ ବେହେରା ଓ ତାଙ୍କ ପୁତୁରା ବିଦ୍ୟାଧର ଦଳବେହେରା ଆଜି ସକାଳ ପ୍ରାୟ ୯ଟା ସମୟରେ ଛତୁ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ବାଟରେ ବାଘଟି ଚିତରଞ୍ଜନଙ୍କ ଉପରକୁ ଲମ୍ଫ ମାରିଥିଲା । ଏହା ଦେଖି ପୁତୁରା ବିଦ୍ୟାଧର ଏକ ଗଛ ଉପରେ ଚଢ଼ି ଯାଇଥିଲେ ଓ ଖୁବ୍ ଜୋର୍ ରେ ଚିକ୍ରାର କରିଥିଲେ । ବିଦ୍ୟାଧରଙ୍କ ପାଟି ଶୁଣି ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଘଟଣାସ୍ଥଳରେ ପହଂଚି ଥିଲେ । ଫଳରେ ହେଟାବାଘଟି ଚିତରଞ୍ଜନଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲି ଯାଇଥିଲା । ପୁତୁରାର ଉପସ୍ଥିତ ବୁଦ୍ଧି ଯୋଗୁଁ ଦାଦା ବାଘ କବଳରୁ ଅଳ୍ପକେ ରକ୍ଷା ପାଇ ପାରିଥିଲେ । ଚିତରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି ।
Related Stories
November 24, 2024
November 24, 2024