କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୋଭିଡ଼ – ୧୯ ପ୍ରତିକାର ପାଇଁ ହୋମିଓପ୍ୟାଥି ସ୍ୱାସ୍ଥ୍ୟ ଶିବିର କ୍ଷେତ୍ରୀୟ ହୋମେଓପାଥି ଅନୁସନ୍ଧାନ, ପୁରୀ ଙ୍କ ସୌଜନ୍ୟରୁ ଆୟୁଷ ମନ୍ତ୍ରାଳୟ ଭାରତ ସରକାର ନିର୍ଦେଶରେ ସ୍ଥାନୀୟ ନୀଳାଦ୍ରି ଭକ୍ତନିବାସ ଠାରେ ଦ୍ୱିତୀୟ ଦଫା ଏହି ସ୍ୱାସ୍ଥ୍ୟ ଶିବିର ଗତ ଶୁକ୍ରବାର ଠାରୁ ଦୁଇଦିନ ବ୍ୟାପି ପାଳିତ ହୋଇଯାଇଛି |
ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତ, କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମେଓପାଥି ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଗତ ଦୁଇଦିନ ହେଵ ପାଳିତ ହୋଇଯାଇଛି |
ପ୍ରଥମ ଦିନରେ ସୁଆର ଓ ମହାସୁଆର, ପୁଷ୍ପାଳକ, ବିମାନ ବଡୁ, ଦଇତାପତି, ବଡୁ ସୁଆର, ଖୁଣ୍ଟିଆ, ପାର୍ଶ୍ୱ ଦେବ ଦେବୀ ମନ୍ଦିର ସେବାୟତ ମାନଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟ ମାନଙ୍କ ପାଇଁ ୩୫୦ ଜଣଙ୍କୁ ଶକ୍ତି ବର୍ଦ୍ଧକ ଔଷଧ ବଣ୍ଟନ କରାଯାଇ ଥିଲା |
ଆଜି ଉଦଯାପନ ଦିବସରେ ଶନିବାର ଦିନ ପ୍ରତିହାରୀ, ପୂଜାପଣ୍ଡା, ଗରାବଡୁ, ରୂପକାର, ଚିତ୍ରକାର ଓ ଭୋଇ ସେବକ, ମହାରଣା, କୋଠ ଭୋଗ ସେବକ ଏବଂ ଅନ୍ୟ ନିଯୋଗ ଏବଂ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କୁ ମିଶାଇ ୬୬୭ ଜଣଙ୍କୁ ଔଷଧ ବଣ୍ଟନ କରାଯାଇ ଥିଲା |ଏହା ଦୁଇ ଦିନରେ ମୋଟ ୧୦୨୫ ଜଣ ପରିବାରଙ୍କୁ ଔଷଧ ବଣ୍ଟନ କରାଯାଇଛି |
ସୂଚନା ଏହିକି ରଥଯାତ୍ରା ପୂର୍ବରୁ ଜୁନ ୯ .୬ .୨୦୨୦ ରୁ ୧୩ .୬ .୨୦୨୦ ରିଖ ପର୍ଯ୍ୟନ୍ତ ୫ ଦିନିଆଁ ସ୍ୱାସ୍ଥ୍ୟ ଶିବିରରେ ୧୧୮୭ ଜଣ ସେବାୟତ କର୍ମଚାରୀ ପରିବାରଙ୍କୁ ହୋମେଓପାଥି ଶକ୍ତି ବର୍ଦ୍ଧକ ଔଷଧ ବଣ୍ଟାଯାଇ ଥିଲା |
ଉଦଯାପନୀ ଦିବସରେ ଏହି ସ୍ୱାସ୍ଥ୍ୟ ଶିବିରକୁ ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଶ୍ରୀମନ୍ଦିର ଚିକିତ୍ସାଳୟର ହୋମେଓପାଥି ଚିକିତ୍ସକ ଡାକ୍ତର ପଞ୍ଚାନନ ପ୍ରଧାନ ସଂଚାଳନ କରିଥିଲେ |ଏବଂ ସେମାନେ ଏହି ଔଷଧର ଗୁଣବତ୍ତା ବିଷୟରେ ବୁଝାଇବା ସହିତ କରୋନା ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ |ଏହି କୋଭିଡ ନିୟମ ପାଳନ ପାଇଁ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ |ଏହି ସୂଚନା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସହକାରୀ ଲୋକ ସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମହାନ୍ତି ପ୍ରଦାନ କରିଛନ୍ତି |