
ପାରାଦ୍ୱୀପ– ପାରାଦ୍ୱୀପ ତୈଳ ବିଶୋଧନାଗାର ୨୨ ଦିନ ସଟ୍ ଡାଉନ୍ ହେବ । ଜୁଲାଇ ୨୫ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ନିଷ୍ପତି ହୋଇଛି । ଆଇଓସିଏଲ୍ ତୈଳ ବିଶୋଧନାଗାର ସଟ୍ ଡାଉନ୍ ନେଇ ଜିଲ୍ଲାପାଳଙ୍କ ସଂଗ୍ରାମକେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ପାରାଦ୍ୱୀପ ତୈଳ ବିଶୋଧନଗାର ମେଂଟେନାନ୍ସ କାର୍ଯ୍ୟ ପାଇଁ ଏହି ସଟ୍ ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ୨୦୧୮ ମାର୍ଚ୍ଚ ପରଠାରୁ ଏଯାବତ୍ ମେଟେନାନ୍ସ ହୋଇନି । ଏବେ ମେଟେଂନାନ୍ସ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଇଓସିଏଲ୍ ଆଖପାଖ ଗାଁର ୭ ଶହରୁ ୮ ଶହ ଲୋକ ଏଥିରେ କାମ କରିବେ । ସଟ୍ ଡାଉନ୍ ବେଳେ ଭିଡ଼ ଏଡାଇବାକୁ ଆଇଓସିଏଲ ନିକଟରେ ୧୪୪ ଧାରା ଜାରୀ କରାଯିବ ।