ବାଲେଶ୍ୱର– ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ୍ ଜଗାକୁ ହତ୍ୟା କରାଯାଇଛି । କମର୍ଦା ଥାନା କୁରୁଣ୍ଠିଆପଦା ନିକଟରେ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ହତ୍ୟା କରି କେହି ଦୁର୍ବୃତ ଫେରାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ସାଇଂଟିଫିକ୍ ଟିମ୍ ସହିତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ରତନ ନାମରେ କମର୍ଦ୍ଦା, ଜଳେଶ୍ୱର ଥାନାରେ ୭ରୁ ଉର୍ଦ୍ଧ୍ୱ ସଙ୍ଗିନ ମାମଲା ରହିଛି । ଡ଼କାୟତି, ଚୋରା ବନ୍ଧୁକ ରଖିବା ଓ ହତ୍ୟା ଧମକ ପରି ସଙ୍ଗିନ ମାମଲା ରହିଛି ତା ନାମରେ । ଏପରିକି ରାଜ୍ୟ ବାହାରେ ମଧ୍ୟ ତା ନାମରେ ମାମଲା ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।