ଭଦ୍ରକ -ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ବରୁଣେଇ ପୀଠରେ ଥିବା ସାଧୁ ଚରଣ ସଂସ୍କୃତ ବିଦ୍ୟାଳୟର ଅବସ୍ଥା କ୍ରମାଗତ ବର୍ଷାରେ ବେହାଲ ହୋଇପଡ଼ିଛି । ଗତ ପାଂଚ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଏହି ଶିକ୍ଷାନୁÂାନରେ ନାହିନଥିବା ସ୍ଥିତି ଉପୁଜିଛି । ପୂରା ବିଦ୍ୟାଳୟ ପାଣିରେ ଉବୁଟୁବୁ ହେଉଥିବା ଦେଖାଯାଇଛି । ଏଭଳି ଅବସ୍ଥା ପାଇଁ ଶିକ୍ଷାଦାନ ପ୍ରଭାବିତ ହୋଇଥିବା ସ୍ଥଳେ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଶିକ୍ଷକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖାଦେଇଛି । ୧୯୭୮ ମସିହାରେ ଧାମନଗର ବ୍ଳକର ଅସୁରାଳି ନିକଟସ୍ତ ବରୁଣେଇ ପୀଠ ସମ୍ମୁଖରେ ସାଧୁ ଚରଣ ସଂସ୍କୃତ ବିଦ୍ୟାଳୟ ପ୍ରତିÂା ହୋଇଥିଲା । ପରବର୍ତୀ ସମୟରେ ଏହା ସରକାରୀ ମାନ୍ୟତା ମଧ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ୪୨ ବର୍ଷର ଏହି ଶିକ୍ଷାନୁÂାନଟି ଧାମନଗର ବ୍ଳକର ଏକମାତ୍ର ସଂସ୍କୃତ ବିଦ୍ୟାଳୟ ହୋଇଥିବା ବେଳେ ସରକାରୀ ଉଦାସୀନତା ଏବଂ ଅଣଦେଖା ମନୋଭାବ ପାଇଁ ଏହା ଜରାଜୀର୍ଣ୍ଣ ସ୍ଥିତିରେ ପହଁଚିଛି । ବର୍ତମାନ ବିଦ୍ୟାଳୟରେ ୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷାନୁÂାନରେ ଶ୍ରେଣୀଗୃହ ସମସ୍ୟା ଥିବା ବେଳେ ଏବେ ବର୍ଷା ପରିସ୍ଥିତିକୁ ବିଗାଡ଼ି ଦେଇଛି । ୪୦ ବର୍ଷର ପୁରୁଣା ଆଜବେଷ୍ଟ ଘର ଭାଙ୍ଗିରୁଜି ଯାଇ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଲଘୁଚାପ ଜନିତ ୫ ଦିନର ବର୍ଷା ଶ୍ରେଣୀ କକ୍ଷରେ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି । ଶ୍ରେଣୀ ଗୃହ ଏବଂ କାର୍ଯ୍ୟାଳୟ ମଧ୍ୟରେ ଏକ ଫୁଟରୁ ଅଧିକ ଉଚ୍ଚତାରେ ପାଣି ଜମି ରହିଥିବାରୁ ପାଠପଢା ଠପ ହୋଇଛି । ପିଲାମାନେ ଗୋଡ଼ଟେକି ବହୁ କଷ୍ଟରେ ବସୁଥିବା ବେଳେ ଅଫିସ ଗୃହରେ ପାଣି ଜମି ରହିଛି । କାର୍ଯ୍ୟରତ ଶିକ୍ଷକ ମାନେ ଉପାୟଶୂନ୍ୟ ହୋଇପଡ଼ିଛନ୍ତି । ସେହିପରି ଜଳ ନିଷ୍କାସନ ସମସ୍ୟା ହେତୁ ସ୍କୁଲ ପରିସର ପାଣି କାଦୁଅରେ ପଚପଚ ହୋଇଛି । ଭଦ୍ରକ ଆରଡ଼ି ମୁଖ୍ୟ ରାସ୍ତା ଠାରୁ ମାତ୍ର ୩୦ ମିଟର ଦୂରରେ ଥିବା ଏହି ସଂସ୍କୃତ ସ୍କୁଲ ପ୍ରତି କାହାରି ଦୃଷ୍ଟି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
Related Stories
November 24, 2024
November 24, 2024