ଭୁୁବନେଶ୍ୱର – କରୋନା କାରଣରୁ ବର୍ତମାନ ହିତାଧିକାରୀ ମାନେ ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଂଟ ଦେବାକୂ ବାରଣ କରା ଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ କରୋନା ଦୃଷ୍ଟିରୁ ଫିଙ୍ଗର ପ୍ରିଂଟ ନଦେବାକୁ କୁହା ଯାଇଛି । ପରବର୍ତୀ ନିର୍ଦ୍ଦେଶ ଯାଏଁ ଫିଙ୍ଗର ପ୍ରିଂଟ ଦେବା ଆବଶ୍ୟକ ହେବ ନାହିଁ ବୋଲି ସେ କହିଛନ୍ତି । ଫିଙ୍ଗର ପ୍ରିଂଟ ସ୍କାନର ଓ ଆଇଆରଆଇଏସ ମେସିନ ବନ୍ଦ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।