-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୮୨ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୨୮୦ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୬୬, ବାଲେଶ୍ୱର ଜିଲ୍ଲାରେ ୬୫୮, ବରଗଡ ଜିଲ୍ଲାରେ ୨୪୪, ଭଦ୍ରକ ଜିଲ୍ଲାରେ ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୮୨. ବୌ ଦ୍ଧ ଜିଲ୍ଲାରେ ୬୯, କଟକ ଜିଲ୍ଲାରେ ୧୧୮୪, ଦେବଗଡ ଜିଲ୍ଲାରେ ୬୯, ଢେଙ୍କାନାଳ ଜିଲ୍ଲାରେ ୧୨୧. ଗଜପତି ଜିଲ୍ଲାରେ ୬୬୪, ଜଗତସିଂହପୁର ଜିଲ୍ଲାରେ ୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୯୫୩, ଝାରସୁଗୁଡା ଜିଲ୍ଲାରେ ୨୧୨, କଳାହାଣ୍ଡି ଜିଲ୍ଲାରେ ୮୫, କନ୍ଧମାଳ ୨୦୬, କେନ୍ଦ୍ରାପଡା ଜିଲ୍ଲାରେ ୩୪୧, କେନ୍ଦୁଝର ଜିଲ୍ଲାରେ ୩୮୯, ଖୋର୍ଧା ଜିଲ୍ଲାରେ ୧୮୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୨୨୫, ମାଲକାନଗିରି ଜିଲ୍ଲାରେ ୨୭୪, ମୟୁରଭଂଜ ଜିଲ୍ଲାରେ ୪୫୫. ନବରଙ୍ଗପୁର ଜିଲ୍ଲାରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୨୬, ନୂଆପଡା ଜିଲ୍ଲାରେ ୧୦୦, ପୁରୀ ଜିଲ୍ଲାରେ ୩୯୮, ରାୟଗଡା ଜିଲ୍ଲାରେ ୧୮୭. ସମ୍ବଲପୁର ଜିଲ୍ଲାରେ ୧୫୬. ସୁବର୍ଣପୁର ଜିଲ୍ଲାରେ ୪୯ ଓ ସୁନ୍ଦରଗଡ ଜିଲ୍ଲାରେ ୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।