ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୫୯୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୬୭୦୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୫୯୧ ଜଣଙ୍କ ମଧ୍ୟରୁ ୩୯୪ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୯୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୫ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୧୮୨ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ଜଣେ , ବାଲେଶ୍ୱର ଜିଲ୍ଲାରେ ୧୩ ଜଣ, ବରଗଡ ଜିଲ୍ଲାରେ ୩୫, ଭଦ୍ରକ ଜିଲ୍ଲାରେ ୩ , ବଲାଙ୍ଗିର ଜିଲ୍ଲାରେ ୯, ବୌଦ୍ଧ ଜିଲ୍ଲାରେ ୫ ଜଣ କଟକ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୩, ଢେଙ୍କାନାଳ ଜିଲ୍ଲାରେ ୯, ଜଗତସିଂହପୁର ଜିଲ୍ଲାରେ ୨୨, ଯାଜପୁର ଜିଲ୍ଲାରେ ୧୯, ଝାରସୁଗୁଡା ଜିଲ୍ଲାରେ ୫, କେନ୍ଦ୍ରାପଡା ଜିଲ୍ଲାରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୬ ଜଣ , ଖୋର୍ଧା ଜିଲ୍ଲାରେ ୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୪ ଜଣ, , ମାଲକାନଗିରି ଜିଲ୍ଲାରେ ୮, ମୟୁରଭଂଜ ଜିଲ୍ଲାରେ ୨୨ ଜଣ, ନବରଙ୍ଗପୁର ଜିଲ୍ଲାରେ ୨୨, ନୟାଗଡ ଜିଲ୍ଲାରେ ୧୧, ପୁରୀ ଜିଲ୍ଲାରେ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ଜଣେ , ସମ୍ବଲପୁର ଜିଲ୍ଲାରେ ୨୦ ଜଣ, ତଥା ସୁନ୍ଦରଗଡ ଜିଲ୍ଲାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।