
ଉକ୍ତ ଶିବିରରେ କରୋନା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଭାରାପ୍ରାପ୍ତ ଅଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିଲା |
ଆଜି ଏହି ଶିବିରରେ ପ୍ରଥମ ଦିନରେ ୩୫୮ ସେବାୟତ ଏବଂଶ୍ରୀମନ୍ଦିର କର୍ମଚାରୀମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା |
ଉକ୍ତ ଶିବିରକୁ ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଶ୍ରୀମନ୍ଦିର ଚିକିତ୍ସାଳୟର ହୋମେଓପାଥି ଚିକିତ୍ସକ ଡାକ୍ତର ପଞ୍ଚାନନ ପ୍ରଧାନ ସଂଚାଳନ କରିଥିଲେ |ଏବଂ ସେମାନେ ଏହି ଔଷଧର ଗୁଣବତ୍ତା ବିଷୟରେ ବୁଝାଇବା ସହିତ କରୋନା ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ |ଏହି କୋଭିଡ ନିୟମ ପାଳନ ପାଇଁ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ |ଏହି ସୂଚନା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସହକାରୀ ଲୋକ ସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମହାନ୍ତି ପ୍ରଦାନ କରିଛନ୍ତି |