
ର୍ିରାଉରକେଲା- ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଠାରେ ଥିବା ଡାଲମିଆ ସିମେଟ କାରଖାନାରୁ ଦୁର୍ଗନ୍ଧ ବାହାରିବା ନେଇ ଖୋଦ ପୁର୍ବତନ ପୌରାଧ୍ୟକ୍ଷ ଅଧ୍ୟ ପୁର୍ଣ ଚନ୍ଦ୍ର ରାଉତ ଅଭିଯୋଗ କରିବା ପରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଯାଂଚକୁ ନେଇ ସେ ସନ୍ତୁଷ୍ଟ ନଥିବା କହିଛନ୍ତି ,ସେପଟେ ଏହାକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଯାଂଚ କରିବା ଦରକାର ବୋଲି ସେ ଦାବି କରୁଥିବା ବେଳେ କାରଖାନା ଭିତରେ ମଇଳା ନାମରେ ବ୍ୟବହାର ହେଉଥିବା ମଇଲା ହେଉଛି ବିଦେଶୀ ମେଡିକାଲ ମଇଳା ଓ ସେଥିରେ ମଣିଷର ହାଡ, ଗୋଡ. ଅନ୍ତବୁଜୁଳା ଓ କଟା ମୁଣ୍ଡ ବ୍ୟବହାର ହେଉଛି ବୋଲି କାରଖାନା ଭିତରେ କାମକରୁଥିବା କେତେକ କର୍ମଚାରୀ ନିଜ ନାମ ପ୍ରକାଶ ନକରିବାକୁ ଅନୁରୋଧ କରି ପ୍ରକାଶ କରିଛନ୍ତି । ଗତ ୭ତାରିଖରେ ଶ୍ରୀଯୁକ୍ତ ରାଉତ ଏନେଇ ଅଭିଯୋଗ କରିବା ପରେ, କାରଖାନା କର୍ତୁପକ୍ଷ ସାମାନ୍ୟ ସଚେତନ ହେବା ସହ ହଳଦିଆରୁ ଓ ବିଭିନ୍ନ ପୌରାଂଚଳରୁ ମଇଲା ଆଣି କାରଖାନା କର୍ତୁପକ୍ଷ ଜାଳେଣିରେ ବ୍ୟବହାର କରୁଥିବା କହିଛନ୍ତି ବୋଲି କହିଥିଲେ । କିନ୍ତୁ କାରଖାନା ଭିତରେ ଏଭଳି କୌଣସି ମଇଳା ଦେଖା ଯାଉନଥିବା ଖବର ମିଳିଛି । କାରଖାନାରେ ଦିର୍ଘ ଦିନ ଧରି କାମ କରୁଥିବା ଜକେତେକ ଶ୍ରମିକ କଂ କହିବା କଥା ବାହାର ରାଜ୍ୟରୁ ଆସୁଥୁିବା ମଇଳା ଗୁଡିକୁ ଅତିତରେ ଅନଲୋଡ କଲା ବେଳେ ସେମାନେ ଏହି ଭଳି ମେଡିକାଲ ମଇଳା ସମେତ ଅପରେସନ ଥିଏଟରରେ ବ୍ୟବହୃତ ଓ ବାହାରୁଥିବା ମଇଳା ସାମଗ୍ରୀ ଆଦି ଦେଖିବାକୁ ପାଇଥିଲେ ।ସେଗୁଡିକ ପଚା ଗନ୍ଧ ମଧ୍ୟ ହୁଏ,ଏହାକୁ ଦେଖି ଶ୍ରମିକ ମାନେ ଡରିଯାଇ ଫୁସୁର ଫାସର ହେବା ସହ କଥା ପ୍ରଘଟ ହେବା ପରେ , ଆଜି କାଲିି ସେଗୁଡିକ ବିଭିନ୍ନ ଆକାରରେ ଆସୁଛି । ରାଜଗାଙ୍ଗପୁର ସହରକୁ ବିଭିନ୍ନ ଟ୍ରାଂସପୋର୍ଟ ରେ ଆସୁଥିବା ଏହି ସାମଗ୍ରୀ ଗୁଡିକର ଗାଡି ଚାଲାନ ରେ ଲେଖା ୍ଯାଉଛି ସେ ସବୁ େଓଷ୍ଟ ହାଜାର୍ଡସ ସ୍ଲଡ ।ତେବେ ଏଗୁଡିକ ବାସ୍ତବରେ କଣ ,ତାକୁ ଆଜିଯାଏ ରାଜ୍ୟ ସରକାରଙ୍କେ କୌଣସି ବିଭାଗ ଯାଂଚ କରିନଥିବା ପରୀକ୍ଷା କରିନଥିବା ଖବର ମିଳୁଛି । ଯଦି ମଣିଷ ଶରୀରର ଏଭଳି କିଛି ଅଂଗ ପ୍ରତ୍ୟଙ୍ଗ କୁ ଯାହା ମେଡିକାଲରେ ନଷ୍ଟ କରାଜିବା କଥା ତାହା ଏଠାରେ ଜାଳେଣି ଭାବେ ବ୍ୟବହାର ହେଉଛି ତେବେ ମାମଲା ନିଶ୍ଚୟ ସଙ୍ଗୀନ.କାରଣ ହୁଏତ ଆମ ରାଜ୍ୟ ଓ ଜିଲ୍ଲାର ଏହିଭଳି କୌଣସି ସାମଗ୍ରୀ ଏଠାରେ ପହଁଚି ବ୍ୟବହାର ହେଉଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । କୁହାଯାଉଛି ଏହିଭଳି ମେଡିକାଲ ମଇଳାକୁ ବାହାର ଦେଶରୁ ଅଣାଯାଊଛି ।କାରଣ ସେହି ସବୁ ଦେଶ ଏସବୁକ ୁନିଜ ଦେଶରେ ନଷ୍ଟ ନକରି ବାହାରକୁ ଚାଲାଣ କରିଥାନ୍ତି । ଯେଉଁମାନେ ଏସବୁକୁ ନେବେ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି ବୋଲି ଆଲୋଚନା ହେଉଛି । ଯଦି ଏହା ସତ୍ୟ ତେବେ ବାହାର ମଇଲାକୁ ଜାଳେଣିରେ ବ୍ୟବହାର କରି ନିଜ ଉତ୍ପାଦନ ବୃଦ୍ଧି କରିବା ସହ ଆର୍ଥିକ ଲାଭ ହେଲା ,ତେଣିକି ସହର ବାସିଙ୍କୁ ଏହା ବାସିଲା କିମ୍ବା ଗନ୍ଧେଇଲା ସେଥିରେ କାହାର କଣ ୍୍ଯାଏ ଆସେ? ବୋଲି ଆଲୋଚନା ଚାଲିଛି । ସତେବେ କାରକାନା କର୍ତୁପକ୍ଷ ଏହାକୁ ପେଟ୍ରୋ କେମିକାଲ ମଇଳା କହୁଥିବା ବେଳେ ବାସ୍ତବରେ ଏହି ମଇଳା ଗୁଡିକ କଣ ଓ ଏମାନଙ୍କୁ କେଉଁ ରାଜ୍ୟ ଦେଶ ଦେଉଛି ତାର ବିଧିବଧ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଏବେ ସାଧାରଣରେ ଦାବି ଯୋର ଧରିଥିବା ବେଳେ, ରାଜଗାଙ୍ଗପୁର ପୌରାଂଚଳ, ରାଉରକେଲା ମହାନଗର ନିଗମ ଅଂଚଳରୁ କୌଣସି ମଇଲା ଡାଲମିଆସିମେଟ କୁ ଯାଉନଥିବା ଖବର ମିଳିଛି । ଯଦି ଏହା ସତ୍ୟ ତେବେ ହଳଦିଆରୁ କିପ୍ରକାର ମଇଳା ଡାଲମିଆ ସିମେଟ ଆଣୁଛି ୍ଯାହା କାରଖାନା ଭିତର ସମେତ ସହର ସାରା ଦୁର୍ଗନ୍ଧର ବାତା ବରଣ ସୃଷ୍ଟି କରୁଛି ତାହା ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।ହିନ୍ଦୁସ୍ଥାନ ସମାଚାର /କାଳିପ୍ରସାଦ ି ।