ଭୁବନେଶ୍ୱର – ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍ତାର)ରେ ଚାଲୁଥିବା ସମସ୍ତ ସ୍ନାତକୋତ୍ତର ପାଠ୍ୟକ୍ରମ ବର୍ତମାନ ଥିବା ଅଧ୍ୟାପକମାନଙ୍କୁ ନେଇ ପୂର୍ବପରି ଚାଲୁରହିବ ଏବଂ ଆବଶ୍ୟକ ପଡିଲେ ଅତିଥି ବା ଚୁକ୍ତିବଦ୍ଧ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କôତୃର୍ପକ୍ଷ ନିଷ୍ପତି ଗ୍ରହଣ କରିଛନ୍ତି ।
ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରି କଳିଙ୍ଗ ବିଚାର ମଂଚଞ୍ଚ ପକ୍ଷରୁ ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ ‘ନିର୍ତାର’ରେ ଗତ ଏକ ଦଶନ୍ଧି ଧରି ପ୍ରଚଳିତ ଥିବା ୩ଟି ସ୍ନାତକୋତ୍ତର ପାଠ୍ୟକ୍ରମକୁ ବନ୍ଦ କରିଦେବା ପାଇଁ ଖୋଦ୍ ନିର୍ଦ୍ଦେଶକ ପ୍ରଥମେ ବିଶ୍ୱବିଦ୍ୟାଳୟର କୁଳାଧିପତି, କୁଳପତି, ପରୀକ୍ଷା ନିୟନ୍ତ୍ରକ ତଥା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କ ପାଖକୁ ପତ୍ର ଲେଖିଥିଲେ । ମାତ୍ର ଏହା ନିଷ୍ଫଳ ହେବାରୁ ସେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପାଞ୍ଚପୃଷ୍ଠା ସମ୍ବଳିତ ଏକ ଦୀର୍ଘ ଚିଠି ପଠାଇ ପାଠ୍ୟକ୍ରମ ଉଚ୍ଛେଦ କରିବା ପାଇଁ ବିଭ୍ରାନ୍ତିକର ଯୁକ୍ତିମାନ ଉପସ୍ଥାପନ କରିଥିଲେ । ଏହି ଘଟଣା ଜାଣିବା ପରେ କଳିଙ୍ଗ ବିକାଶ ମଂଚଞ୍ଚର ସଭାପତି ଦୀପକ କୁମାର ମହାନ୍ତ ଏଥିପ୍ରତି ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରି ତାଙ୍କର ହସ୍ତକ୍ଷେପ ଲୋଡିଥିଲେ । ତା’ଛଡା ନୀଳଚକ୍ର, ରାଷ୍ଟ୍ରୀୟ ଛାତ୍ର ପରିଷଦ ଆଜି ଅନୁଷ୍ଠାନ ‘ନିର୍ତାର’ର ପକ୍ଷଚ୍ଛେଦନ ଲାଗି ହେଉଥିବା ଉଦ୍ୟମକୁ ବରଦାସ୍ତ କରାଯିବନାହିଁ ବୋଲି ସତର୍କ କରାଇଦେଉଥିଲେ ।
ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ \”ନିର୍ତାର’ରୁ କୌଣସି ପାଠ୍ୟକ୍ରମ ରଦ୍ଦ ନହୋଇ ପୂର୍ବପରି ଚାଲୁରହିବ ବୋଲି ନିଷ୍ପତି ନେବା ସଙ୍ଗେସଙ୍ଗେ ଗତ ୧୦ ତାରିଖର ଚିଠି ସଂଖ୍ୟା ୭୯ରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କୁ ଅବଗତ କରାଇଛନ୍ତି । ଓଡିଶାର ଗର୍ବ ରୂପେ ବିବେଚିତ ହେଉଥିବା \”ନିର୍ତାର’ରୁ ପାଠ୍ୟକ୍ରମ ଉଚ୍ଛେଦ କରି ରାଜ୍ୟକୁ ଶ୍ରୀହୀନ କରିବା ପାଇଁ ଚାଲିଥିବା ଚକ୍ରାନ୍ତ ପଣ୍ଡ ହୋଇଥିବାରୁ ଶ୍ରୀ ମହାନ୍ତ ମୁଖ୍ୟମନ୍ତ୍ରୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।