
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୬/୦୭ /୨୦୨୦,କରୋନା ମହାମାରୀ ରାଜ୍ୟରେ ତାର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶାର ଶ୍ରମଜୀବୀ ଲୋକ ଓ ପ୍ରବାସୀ ଶ୍ରମିକ ମାନେ ନିଜର ଜୀବିକା ହରାଇଛନ୍ତି| ସେମାନଙ୍କ ପାଖରେ କାମ ନାହିଁ କିମ୍ବା ଖାଦ୍ୟ ବ୍ୟବସ୍ଥା ନାହିଁ, ସରକାରୀଙ୍କ ସାହାଯ୍ୟ ସମୁଦ୍ର କୁ ଶଙ୍ଖେ , ସେମାନଙ୍କ ହାତ କୁ କାମ ଦେବା ନିହାତି ଦରକାର, ନଚେତ କରୋନା ଜୀବନ ନେବା ବଦଳରେ ଭୋକ ସେମାନଙ୍କ ଜୀବନ ନେଇଯିବ|ଜନସାଧାରଣ ଙ୍କ ଜୀବନ ଓ ଜୀବିକା କୁ ସୁରକ୍ଷା କରିବା ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ(ଓଡିଶା ସରକାର) ଙ୍କ ଉଦେଶ୍ୟରେ ପୁରୀଜିଲ୍ଲାପାଳ ଙ୍କ ଜରିଆରେ ଦାବୀ ଗୁଡିକ ଲିଖିତ ଭାବେ ପ୍ରଦାନ କରାଯାଇଥିଲା | ଏହି ବିକ୍ଷୋଭ ରେ ସି. ପି. ଆଇ (ଏମ ) ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ରଂଜିତ ନାୟକ, ଟୁନା ନାୟକ, ମନୋରଞ୍ଜନ ମହାନ୍ତି, ଅମରେନ୍ଦ୍ର ନନ୍ଦ, ରଶ୍ମିତା ଗୋଛିକାର, ପୂର୍ଣଚନ୍ଦ୍ର ଧଳ, ବସନ୍ତ ମହାନ୍ତି, ଜ୍ୟୋତି ପ୍ରକାଶ ନାୟକ ଙ୍କ ସହିତ ଦଳର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ| ସି. ପି. ଆଇ. (ଏମ) ନିମ୍ନଲିଖିତ ଦାବୀ ଉପସ୍ଥାପନ କରୁଛି| ଦାବି ସମୁହ- ୧.ରାଜ୍ୟକୁ ଫେରି ଆସିଥିବା ସମସ୍ତ ପ୍ରବାସୀ ଶ୍ରମିକ ପରିବାର କୁ ମୁଣ୍ଡ ପିଛା ୧୦ କେଜି ହାରରେ ଚାଉଳ, ଗହମ ମାଗଣାରେ ଛମାସ ପର୍ଯ୍ୟନ୍ତ ଯୋଗାଇ ଦିଅ ।
୨.ସମସ୍ତ ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ମାସିକ ୭୫୦୦/- ଟଙ୍କା ର ଆର୍ଥିକ ସହାୟତା ଛମାସ ପର୍ଯ୍ୟନ୍ତ ନଗଦ ଜମା କର ।
୩.ସଙ୍ଗରୋଧ ସଂପୂର୍ଣ୍ଣ ପରେ ପ୍ରତ୍ୟେକ ଫେରନ୍ତା ପ୍ରବାସୀ ଶ୍ରମିକ ଙ୍କୁ ସରକାରୀ ନିଷ୍ପତ୍ତି ଅନୁଯାୟୀ ୨୦୦୦/- ଆର୍ଥିକ ସହାୟତା
ତୁରନ୍ତ ପ୍ରଦାନ କର ।
୪.ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ଦ୍ଵାରା ପଞ୍ଜିକରଣ କରି ପରିଚୟପତ୍ର ପ୍ରଦାନ କର । ନିର୍ମାଣ ଶ୍ରମିକ ମାନଙ୍କ ପରି
ସମସ୍ତ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଲାଗୁ କର।
୫. ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅନୁଯାୟୀ ପ୍ରବାସୀ ଶ୍ରମିକ ମାନଙ୍କୁ ଦୈନିକ ୬୦୦/-ଟଙ୍କା ମଜୁରି ରେ ବାର୍ଷିକ ୨୦୦ ଦିନ କାମ ଯୋଗାଇ ଦିଅ |
୬. ପୁରୀ ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (MGNREGA) ଅନୁଯାୟୀ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କର।
୭.ରାଜ୍ୟ ରେ ବନ୍ଦ ହୋଇ ପଡ଼ିଥିବା ସୂତାକଳ ସହିତ ଅନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଚାଲୁ କରି ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ନିଯୁକ୍ତି
ଦିଅ।
୮. ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯ ଆଇନ କୁ କଡାକଡି ଭାବେ ଲାଗୁ କର ଏବଂ ଏହି ଆଇନ କୁ ଅକାମି କରି ଦେବା ଷଡ଼ଯନ୍ତ୍ର ବନ୍ଦ କର ।
୯. ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଅ |ଅଣ କରୋନା ରୋଗୀ ମାନଙ୍କ ଚିକତ୍ସା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ରେ ଚିକିତ୍ସା ସୁବିଧା କରାଅ|
ଏହି ସୂଚନା ସି. ପି. ଆଇ (ଏମ ) ସମ୍ପାଦକ ଶରତ କୁମାର ରାୟଗୁରୁ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି |