ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମରେ କରୋନା ତାର ସ୍ଥିତି ଜାହିର କରି ଜିଲ୍ଲାବାସୀଙ୍କୁ ଅସ୍ତବ୍ୟସ୍ତ କରାଉଛି । ପ୍ରତ୍ୟହ ମୃତ, ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଜନସାଧାରଣ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି । ଗତ ୬ତାରିଖ ଠାରୁ ୬ତାରିଖ ଠାରୁ ପ୍ରତ୍ୟହ ୨୦୦ରୁ ଊର୍ଦ୍ଧ୍ୱ ନୂଆ କରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେଉଛନ୍ତି । ଜିଲ୍ଲାର ୨୨ଟି ବ୍ଲକ୍ର ୩୦୬୬ ଗ୍ରାମରୁ ୨୫୬୪ଟି ଗାଁ ଗ୍ରୀନ୍ ଜୋନ୍ ଥିବାବେଳେ ୫୦୨ଟି ଗାଁ ରେଡ୍ ଜୋନ୍ରେ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଗ୍ରାମାଞ୍ଚଳର ସ୍ଥିତିକୁ ନେଇ ଏକ ମ୍ୟାପ୍ ଜାରି କରାଯାଇଛି । ୨୪ଘଣ୍ଟିଆ ପ୍ରୟାଶ ଜାରି ରଖିଥିବା ସମସ୍ତ ବିଡିଓ ତାଙ୍କ ଟିମ୍ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଜିଲ୍ଲାର ୮୧ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍କୁ ଆସିବା ସମ୍ଭବପର ହୋଇଛି । ଏଥିଲାଗି ଜିଲ୍ଲାପାଳ ବିଡିଓ ଓ ତାଙ୍କର ଟିମ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି ଧାରା ଜାରି ରହିଲେ ଗଞ୍ଜାମର ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ ବୋଲି ଆଶା କରାଯାଉଛି । ଗୁରୁବାର ଜିଲ୍ଲାରେ କରୋନାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଗୁରୁବାର ୯୮ଜଣ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ଏହି ୧୬ଦିନ ମଧ୍ୟରେ ୩୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪୯୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୧ରେ ପହଁଚିଛି । ଏଥିମଧ୍ୟରେ ୪୮ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୭ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୩ଜଣ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୦୬ଜଣ । ୩୭ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକାର ୧୦, ବିଏମ୍ସି ୧୭, ବୁଗୁଡା ୫, କବିସୂର୍ଯ୍ୟନଗର ୩, ପୋଲସରା ୧ ଓ ରଙ୍ଗେଇଲୁଣ୍ଡାରୁ ଜଣେ ବୋଲି ଜଣାପଡିଛି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ବେଗୁନିଆପଡା, ଧରାକୋଟ ଓ କୁକୁଡାଖଣ୍ଡିର ଜଲେ ଲେଖାଏଁ ରହିଛନ୍ତି । ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଂଚଳର ୯୪ ଜଣ, ଆସିକା ୩୧, ବେୁଗନିଆପଡା ୧, ବେଲଗୁଣ୍ଠା ୨, ଭଞ୍ଜନଗର ୩, ବୁଗୁଡା ୨, ଛତ୍ରପୁର ୨, ଦିଗପହଣ୍ଡି ୨, ଧରାକୋଟ ୨, ଗଞ୍ଜାମ ୧, ହିଞ୍ଜିଳିକାଟୁ ୮, ଜଗନ୍ନାଥପ୍ରସାଦ ୧, କବିସୂର୍ଯ୍ୟନଗର ୧୨, କୁକୁଡାଖଣ୍ଡି ୨୦, ପୋଲସରା ୧୭, ପୁରୁଷୋତ୍ତମପୁର ୩, ସାନଖେମୁଣ୍ଡି ୧, ଶେରଗଡ ୪ଜଣ ଲେଖାଏଁ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୪୮୬୭ରେ ପହଂଚିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଗୁରୁବାର ୯୮ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୩୦୬୯ ରେ ପହଂଚିଛି । ଜିଲ୍ଲାରେ ଏବେ ୧୭୪୭ ସଂକ୍ରମିତ ରହିଛନ୍ତି ।
Related Stories
October 4, 2024