

Related Stories
May 10, 2025
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ତାର କରାଳ ରୂପ ଦେଖାଇ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । କରୋନାକୁ ଦୂରେଇବା ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ମଧ୍ୟ ବ୍ୟାପକ ସଚେତନତା ଜାରି ରହିଛି । କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିବା ବେଳେ ଏହାର ମଙ୍ଗ ଧରିଛନ୍ତି ଖୋଦ୍ ଏସ୍ପି ପିନାକ ମିଶ୍ର । ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ୧ଲକ୍ଷ ମାସ୍କ ଓ ଲିଫ୍ଲେଟ୍ ବାଣ୍ଟି ଲୋକଙ୍କୁ ସଚେତନତା ଜାରି ରହିଛି । ଗୁରୁବାର ଗୋପାଳପୁର ଥାନା ଅଧିନସ୍ଥ ଡୁରା ଗ୍ରାମ ହରିଜନ ବସ୍ତିରେ ଯେଉଁମାନେ ଗରିବ, ଶ୍ରମିକ ମହିଳାପୁରୁଷକୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମାସ୍କ ବଣ୍ଟନ କରାଯାଇଥିଲା । ଆବଶ୍ୟକୀୟ ନପଡିଲେ ବ୍ରହ୍ମପୁର ସହରକୁ ଆସନ୍ତୁ ନାହିଁ ବୋଲି କହି ସଚେତନତା କରିଥିଲେ । ମାସ୍କ ପିନ୍ଧିବା ଓ ଲୋକଙ୍କ ଠାରୁ ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ସଚେତନତା ଜାରି ରହିଲେ କରୋନାକୁ ପରାସ୍ତ କରିପାରିବା ବୋଲି ଏସ୍ପି ଶ୍ରୀ ମିଶ୍ର କହିଥିଲେ । ଏସ୍ପିଙ୍କ ଗସ୍ତ ସମୟରେ ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଗ୍ରାମର ସରପଞ୍ଚଙ୍କ ସମେତ ବୃଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।