-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୪୬ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୮୬୭ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୫୬, ବାଲେଶ୍ୱର ଜିଲ୍ଲାରେ ୬୩୬, ବରଗଡ ଜିଲ୍ଲାରେ ୨୦୫, ଭଦ୍ରକ ଜିଲ୍ଲାରେ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୭୩. ବୌ ଦ୍ଧ ଜିଲ୍ଲାରେ ୬୪, କଟକ ଜିଲ୍ଲାରେ ୧୧୧୪, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୧୦୬. ଗଜପତି ଜିଲ୍ଲାରେ ୬୪୩, ଜଗତସିଂହପୁର ଜିଲ୍ଲାରେ ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୯୩୪, ଝାରସୁଗୁଡା ଜିଲ୍ଲାରେ ୧୮୩, କଳାହାଣ୍ଡି ଜିଲ୍ଲାରେ ୮୫, କନ୍ଧମାଳ ୧୯୯, କେନ୍ଦ୍ରାପଡା ଜିଲ୍ଲାରେ ୩୨୯୮, କେନ୍ଦୁଝର ଜିଲ୍ଲାରେ ୩୫୫, ଖୋର୍ଧା ଜିଲ୍ଲାରେ ୧୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୯୪, ମାଲକାନଗିରି ଜିଲ୍ଲାରେ ୨୧୨, ମୟୁରଭଂଜ ଜିଲ୍ଲାରେ ୪୧୧. ନବରଙ୍ଗପୁର ଜିଲ୍ଲାରେ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୦୨, ନୂଆପଡା ଜିଲ୍ଲାରେ ୧୦୦, ପୁରୀ ଜିଲ୍ଲାରେ ୩୮୩, ରାୟଗଡା ଜିଲ୍ଲାରେ ୧୬୭. ସମ୍ବଲପୁର ଜିଲ୍ଲାରେ ୧୨୯. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।