ପୁରୀ,ପୁରୀଜିଲ୍ଲାରେ ଏବେସୁଦ୍ଧା ପାଖା ପାଖି ୨୦,୦୦୦ କୋଭିଡ ଟେଷ୍ଟ ସରିଛି |ସେଥିମଧ୍ୟରୁ ୩୭୬ ଟି ପଜେଟିବ ବାହାରିଛି ଏବଂ ସେମାନଙ୍କ ମଧ୍ୟରୁ ୭୮%ସୁସ୍ଥ ହୋଇ ଘରକୁ ଫେରିଛନ୍ତି |ଆଜିର ତାରିଖରେ ୮୫ ଟି କେଶ ଆକ୍ଟିଭ ଅଛି |ସେଥିମଧ୍ୟରୁ କିଛି ଭୁବନେଶ୍ୱର କୋଭିଡ ହସ୍ପିଟାଲରେ ଏବଂ ପାଖା ପାଖି ୩୦ ଲୋକ ପୁରୀର କୋଭିଡ ହେଲଥ ସେଣ୍ଟରରେ ଅଛନ୍ତି ଏବଂ ଭଲରେ ମଧ୍ୟ ଅଛନ୍ତି | ଯଦି ବ୍ଲକ ହିସାବରେ ଦେଖାଯାଏ ତେବେ ପିପିଲିରୁ -୭, ସତ୍ୟବାଦୀ -୨, ଡେଲାଙ୍ଗ -୫, କଣାସ -୯, ପୁରୀ ସଦର ବ୍ଲକର -୨, କୃଷ୍ଣ ପ୍ରସାଦ -୧, ଗୋପ -୮, ନିମାପଡା -୮, କାକଟପୁର -୧, ଅସ୍ତରଙ୍ଗ -୭, ବ୍ରହ୍ମଗିରି -୧୬, ପୁରୀ ମୁନିସିପାଲିଟି -୧୯,ଜଣ ଲୋକ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି |ପୁରୀବାସୀଙ୍କୁ ମୋର ବିନମ୍ର ଅନୁରୋଧ ଏଭଳି କଷ୍ଟ ସମୟରେ ଆପଣ ମାନେ ଯେଉଁଭଳି ସହଯୋଗ ଦେଖାଇଛନ୍ତି ସେହିଭଳି ସହଯୋଗ ଆଗକୁ କରିବା ପାଇଁ ଅନୁରୋଧ |ପ୍ରଥମ କଥା ଆପଣମାନେ ଜମା ବାହାରକୁ ବାହାରନ୍ତୁ ନାହିଁ ଯଦି ବାହାରୁଛନ୍ତି ତେବେ ସବୁବେଳେ ମାସ୍କ ପିନ୍ଧନ୍ତୁ |ସବୁବେଳେ ଦେଖାଯାଇଛି ବ୍ଲକ ହେଡ କ୍ୱାଟର ହେଉ ବା NAC ଏରିଆ ହେଉ ବା ସିଟି ଭିତରେ ହେଉ ମୁଁ ସବୁବେଳେ ଦେଖିଛି ବହୁତ ଲୋକ ବିଲକୁଲ ପିନ୍ଧୁ ନାହାନ୍ତି |ଯାହାକି ନିଜର ସ୍ୱାସ୍ଥ୍ୟ ପାଇଁ ସାଙ୍ଘାତିକ ହୋଇପାରେ|ଦ୍ୱିତୀୟଟି ହେଲା ଯଦି ଆମେ ବାହାରୁ ଘରକୁ ଫେରୁଛେ ତେବେ ହାତକୁ ଭଲଭାବରେ ଧୋଇ ଖାଆନ୍ତୁ କିମ୍ବା ଆଖି, ନାକ କିମ୍ବା ପାଟିରେ ହାତ ମାରନ୍ତୁ |ତୃତୀୟଟି ହେଲା ଯଦି କୌଣସି ଲକ୍ଷଣ ଦେଖାଦେଲା କାଶ, ଜ୍ୱର କିମ୍ବା ତଣ୍ଟିରେ ଦରଜ ହେଲା ତେବେ ନିଜ ଅଞ୍ଚଳର ଆଶାଦିଦି କିମ୍ବା ANM ଙ୍କୁ ଜଣାନ୍ତୁ |ଏବଂ ଟେଷ୍ଟ କରିବାପାଇଁ ଆଗକୁ ଆସନ୍ତୁ |ଆମେ କିଛିଦିନ ଭିତରେ ଦେଖିଛୁ ବହୁତ ଲୋକଙ୍କୁ ବର୍ଷା ଦିନେ ଭାଇରଲ ଜ୍ୱର ହୋଇ ପାରେ |ଆମ୍ଭେ ମାନେ ରିସ୍କ ନ ନେଇ କିମ୍ବା ସନ୍ଦେହ ନ ରଖିବା |ଆପଣ ମାନେ ଆଗେଇ ଆସିକି ନିଜର ସେବା କରିବେ, ଆମ ପରିବାରର ସେବା କରିବେ, ରାଜ୍ୟର ସେବା କରିବେ, ଦେଶର ସେବା କରିବେ ଏବଂ ମାନବ ସମାଜର ସେବା କରିବେ |ମୁଁ ଭାବୁଛି ମାନବର ସେବା ହିଁ ମାଧବଙ୍କର ସେବା ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସମସ୍ତ ପୁରୀଜିଲ୍ଲା ବାସୀଙ୍କୁ ଏକ ଭିଡିଓ ମାଧ୍ୟମରେ ସଂବୋଧନ କରି କହିଛନ୍ତି |
Related Stories
November 22, 2024