
-
ୱାର୍ଡ କମିଟିଙ୍କ ସହ କୋଭିଡ ମୁକାବିଲା ପାଇଁ ଆଲୋଚନା କଲେ,ସମସ୍ତ ରେଡ୍ ଜୋନ୍ ରେ ୧୪୪ଧାରା ଲାଗୁ
ବେଲଗୁଣ୍ଠା-୧୫/୭-୧୨ ତାରିଖ ସୁଦ୍ଧା ବେଲଗୁଣ୍ଠା ବ୍ଲକ ଓ ଏନ୍.ଏ.ସିରେ ୨୨୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩ ତାରିଖରେ କୈଳସି।ପଜିଟିଭ ଚିହ୍ନଟ ହୋଇନଥିଲା ।୧୪ ତାରିଖ ରିପୋର୍ଟ ଅନୁସାରେ ଏନ୍.ଏ.ସି ରେ ଗୋଟିଏ ଓ ବ୍ଳକ ଅଞ୍ଚଳରେ ୪ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶି ସମୁଦାୟ ୨୨୭ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହେଲେଣି ।ଏହାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ଗସ୍ତ ଜାରି ରଖିଛନ୍ତି ।ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବେଲଗୁଣ୍ଠାରେ ପହଞ୍ଚି ଏନ୍.ଏ.ସି କାର୍ଯ୍ୟାଳୟରେ ପହଞ୍ଚି କୋଭିଡ ୱାର୍ଡ କମିଟି ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଏନ୍.ଏ.ସି ଓ ବ୍ଲକ ର ରେଡ୍ ଜୋନ୍ କୁ କିପରି ଗ୍ରୀନ୍ ଜୋନରେ ପରିଣତ କରାଯିବ ଏ ନେଇ ମନ୍ତ୍ର ଦେଇଥିଲେ ।ବ୍ଳକ ର ୧୮ଟି ପଞ୍ଚାୟତର ୯୨ଟି ଗ୍ରାମ ମଧ୍ୟରୁ ୭୪ଟି ଗ୍ରାମ ଗ୍ରୀନ୍ ଜୋନ୍ ରେ ଥିବା ବେଳେ ୧୮ ଟି ଗ୍ରାମକୁ ପ୍ରଶାସନ ରେଡ୍ ଜୋନ୍ ଭାବେ ଘୋଷଣା କରିଛି ।
ସେହିପରି ବେଲଗୁଣ୍ଠା ସହରର ୧୩ ଟି ୱାର୍ଡ ମଧ୍ୟରୁ ୩ ଟି ୱାର୍ଡ ଗ୍ରୀନ ଜୋନ୍ ରେ ଥିବା ବେଳେ ୧୦ଟି ୱାର୍ଡ କୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।ବ୍ଳକ ର ୧୮ ଟି ଗ୍ରାମ ଓ ଏନ୍.ଏ.ସିର ୧୦ଟି ୱାର୍ଡ ମଧ୍ୟରୁ ପୁର୍ବରୁ ବହୁ କରୋନା ପଜିଟିଭ ଚିହ୍ନଟ ହୋଇସାରିଛି ।ଏହି ରେଡ୍ ଜୋନ୍ କୁ ଗ୍ରିନ ଜୋନ୍ ରେ ପରିଣତ କରିବା ପାଇଁ ହେଲେ ୧୪ ଦିନ ମଧ୍ୟରେ ଯେଉଁ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବନାହିଁ ସେହି ଗ୍ରାମ କିମ୍ବା ୱାର୍ଡ କୁ ଗ୍ରୀନ ଜୋନ୍ ଭାବେ ଘୋଷଣା କରାଯିବ ।ଏହି ୨୮ଟି ରେଡ ଜୋନ୍ କୁ ୧୪୪ ଧାରା ଲାଗୁ କରାଯାଇଛି ।ଏହି ଅଞ୍ଚଳରେ କୌଣସି ଦୋକାନ ନ ଖୋଲିବା ,ପୋଖରୀରେ ଗାଧେଇବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର,ସାମାଜିକ ଦୁରତ୍ୱ ରକ୍ଷା କରିବା,ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ନିଜ ୱାର୍ଡ ରେ ଚିହ୍ନଟ କରିବା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁତ୍ୱ ଦେବା ପାଇଁ କୋଭିଡ ୱାର୍ଡ ମନିଟର ମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ପ୍ରତି ୱାର୍ଡର କରୋନା ସ୍ଥିତି ତଦରଖ କରିବା ପାଇଁ ପରାମର୍ଶ ଦେଇଥିଲେ ।ଅତି ଆବଶ୍ୟକୀୟ ଜିନିଷ ଭେଣ୍ଡର ମାଧ୍ୟମରେ ଯୋଗାଇଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ତହସିଲଦାର।ସରୋଜ କୁମାର ବେହେରା,ବିଡ଼ିଓ ଶଶୀଭୂଷଣ ମହାପାତ୍ର,ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ପଧାନ,ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଆୟୁଷ ଡାକ୍ତର ସରୋଜ ପ୍ରଧାନ, ଓ ସିଡିପିଓ ଉପସ୍ଥିତ ଥିଲେ ।ଆଜି ବେଲଗୁଣ୍ଠା ବ୍ଳକ ପ୍ରଶାସନ ମ ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ଗୋବରା ଓ ପାଇଲିପଡା ଠାରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି ।ବ୍ଳକ ର ୧୮ଟି ରେଡ୍ ଜୋନ୍ ରେ ୱାର୍ଡ କମିଟି ମାନଙ୍କୁ ନେଇ ଗ୍ରାମରେ ସଚେତନତା ସଭାକରାଯାଇଛି ।ଏଥିରେ ବିଡ଼ିଓ ଶ୍ରୀ ମହାପାତ୍ର,ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କେ ରବୀନ୍ଦ୍ର ପାତ୍ର, ଆଇଆଇଧୀରେଶ କୁମାର ଦାସ,ଚେୟାରମ୍ୟାନ ଆରତୀ ସେଠୀ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନତା କରାଇଥିଲେ ।