

Related Stories
May 8, 2025
ବ୍ରହ୍ମପୁର: କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବ୍ରହ୍ମପୁରର ୩ କାର୍ଯ୍ୟରତ ସାମ୍ବାଦିକ । ଗତ ୭ଦିନତଳେ କରୋନାରେ ସଂକ୍ରମିତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ଆଶୁ ଆରୋଗ୍ୟ କାମନାକରି ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ରାଜନୈତିକ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭକରି ବିଭିନ୍ନ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସରକାରଙ୍କ ଉଚିତ ପଦକ୍ଷେପ, ଡାକ୍ତରଙ୍କ ଉତ୍ତମ ଚିକିତ୍ସା ଓ ପ୍ରଶାସନିକ ଅଧିକାରୀଙ୍କ ସଚେତନତାମୂଳକ ବାର୍ତ୍ତା ସେମାନଙ୍କ ଆଶୁ ଆରୋଗ୍ୟରେ ସହାୟକ ହୋଇଥିବା ସୁସ୍ଥ ହୋଇ ଫେରିଥିବା ସାମ୍ବାଦିକମାନେ କହିଛନ୍ତି । ଘରକୁ ଫେରିବାପରେ ୧୪ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ମହାନଗର ନିଗମ ପକ୍ଷରୁ ୩ଜଣ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର କାର୍ ଯୋଗେ ହସ୍ପିଟାଲରୁ ଆଣି ନିଜ ନିଜ ବାସଭବନରେ ଛାଡିଥିଲେ । ସୂଚନାଥାଉକି, ବ୍ରହ୍ମପୁରର ୩ଜଣ ସାମ୍ବାଦିକ ଯଥା ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଓ ତାଙ୍କ ଫଟୋଗ୍ରାଫର ସହ ଜଣେ ଛାପା ଗଣମାଧ୍ୟମର ଫଟୋଗ୍ରାଫର ଅଛନ୍ତି । ସେମାନଙ୍କ କହିବା ପ୍ରକାରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ମେଡିକାଲ୍ର ସଫେଇ କର୍ମଚାରୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ଖାଇବା ପ୍ରଦାନ କରୁଥିବା ସଂସ୍ଥା ପକ୍ଷରୁ ସଂକ୍ରମିତଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।