ଭୁବନେଶ୍ୱର – ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱର ସମ୍ , କିମ୍ସ ଓ କଟକ ଅଶ୍ୱିନୀରେ ପ୍ଲାଜମା ଥେରାପି ଆରମ୍ଭ ହେବ । କଟକ ଏସସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଂଟର ଭାବେ କାର୍ଯ୍ୟ କରିବ ।
ଉଲ୍ଲେଖନୀୟ ଯେ ମଙ୍ଗଳବାର ଦିନ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍ ୧୯ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଥିଲା ।
ସେହିପରି ବର୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବା ବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଘରୋଇ ଚିକିତ୍ସାଳୟକୁ ଅନୁମତି ଦିଆଯିବ ।