ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୮୬ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୪, ବାଲେଶ୍ୱର ଜିଲ୍ଲାରେ ୬୧ ଜଣ, ଭଦ୍ରକ ଜିଲ୍ଲାରେ ଜଣେ , ବଲାଙ୍ଗୀର ଜିଲ୍ଲାରେ ୨, ବୌଦ୍ଧ ଜିଲ୍ଲାରେ ୨ ଜଣ, କଟକ ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୨ ଜଣ, ଜଗତସିଂହପୁର ଜିଲ୍ଲାରେ ୨୬ ଜଣ, ଯାଜପୁର ଜିଲ୍ଲାରେ ୫ ଜଣ ,ଝାରସୁଗୁଡା ଜିଲ୍ଲାରେ ଜଣେ , କେନ୍ଦ୍ରାପଡା ଜିଲ୍ଲାରେ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୫ ଜଣ , ଖୋର୍ଧା ଜିଲ୍ଲାରେ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ଜଣେ, ମାଲକାନଗିରି ଜିଲ୍ଲାରେ ୧୨, ମୟୁରଭଂଜ ଜିଲ୍ଲାରେ ୨୧ ଜଣ, ନୟାଗଡ ଜିଲ୍ଲାରେ ୧୫, ପୁରୀ ଜିଲ୍ଲାରେ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ଜଣେ , ସମ୍ବଲପୁର ଜିଲ୍ଲାରେ ୧୦ ଜଣ ତଥା ସୁନ୍ଦରଗଡ ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।