-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୨୮୬ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୬୨୧ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୫୫, ବାଲେଶ୍ୱର ଜିଲ୍ଲାରେ ୬୧୫, ବରଗଡ ଜିଲ୍ଲାରେ ୨୦୫, ଭଦ୍ରକ ଜିଲ୍ଲାରେ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୭୦. ବୌ ଦ୍ଧ ଜିଲ୍ଲାରେ ୬୨, କଟକ ଜିଲ୍ଲାରେ ୧୦୭୬, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୧୦୬. ଗଜପତି ଜିଲ୍ଲାରେ ୬୪୩, ଜଗତସିଂହପୁର ଜିଲ୍ଲାରେ ୪୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୯୧୯, ଝାରସୁଗୁଡା ଜିଲ୍ଲାରେ ୧୮୩, କଳାହାଣ୍ଡି ଜିଲ୍ଲାରେ ୮୩, କନ୍ଧମାଳ ୧୯୯, କେନ୍ଦ୍ରାପଡା ଜିଲ୍ଲାରେ ୩୧୮, କେନ୍ଦୁଝର ଜିଲ୍ଲାରେ ୩୪୫, ଖୋର୍ଧା ଜିଲ୍ଲାରେ ୧୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୯୦, ମାଲକାନଗିରି ଜିଲ୍ଲାରେ ୨୦୮, ମୟୁରଭଂଜ ଜିଲ୍ଲାରେ ୩୯୭. ନବରଙ୍ଗପୁର ଜିଲ୍ଲାରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୮୬, ନୂଆପଡା ଜିଲ୍ଲାରେ ୯୧, ପୁରୀ ଜିଲ୍ଲାରେ ୩୭୬, ରାୟଗଡା ଜିଲ୍ଲାରେ ୧୬୬. ସମ୍ବଲପୁର ଜିଲ୍ଲାରେ ୧୨୫. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୭୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।