-
ଉପଜିଲ୍ଲାପାଳ ଙ୍କ ବୈଠକ ନିରାଶ ଜନକ ରହିଲା,
-
ସେବକ ସମୁଦାୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଦାବୀ,
ପୁରୀ,ଓଡିଶା ର ପ୍ରସିଦ୍ଧ ଶିବ ମନ୍ଦିର ପୁରୀର ବାବା ଶ୍ରୀ ଲୋକନାଥ ଙ୍କ ମନ୍ଦିର ପରିଚିତ |କରୋନା କଟକଣା ପାଇଁ ମାର୍ଚ୍ଚ ମାସ ଠାରୁ ଶ୍ରଦ୍ଧାଳୁ ମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି |ପ୍ରତିଦିନ ପ୍ରସାଦ ଏବଂ ଅନ୍ୟ ବ୍ୟବସ୍ଥା ପାଇଁ ୩୫୦୦୦/-ଖର୍ଚ୍ଚ ହୁଏ |କିନ୍ତୁ ଜିଲ୍ଲା ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ ତରଫରୁ ଗତ ଚାରି ମାସ ହେବ କୌଣସି ସହାୟତା ମିଳିନାହିଁ |
ଏ ବିଷୟରେ ସୂଚନା ଦେଇ ଲୋକନାଥ ମନ୍ଦିର ସେବାୟତ ନିଯୋଗ ର ମହାସଚିବ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଏହି ସମସ୍ୟା ପାଇଁ ସେମାନେ ଲିଖିତ ଭାବେ ଟ୍ରଷ୍ଟ ବୋର୍ଡର ଅଧକ୍ଷଙ୍କ ଦ୍ୱାରା ପୁରୀ ଉପଜିଲ୍ଲାପାଳ ଭବ ତାରଣ ସାହୁଙ୍କୁ ଏପ୍ରିଲ ମାସରେ ଜଣାଇଥିଲେ |କିନ୍ତୁ ଦୁର୍ଭାଗ୍ୟ ର କଥା ଜିଲ୍ଲାପ୍ରଶାସନ ଏହା କୁ ଅଣଦେଖା କରି ଟଙ୍କା ଟିଏ ବି ସାହାଯ୍ୟ କଲେନାହିଁ |ସେବକ ନିଯୋଗ ନିଜ ଖର୍ଚ୍ଚରେ ଚାରି ମାସଧରି ବାବା ଶ୍ରୀ ଲୋକନାଥଙ୍କ ସେବା ଚଳାଇ ଆସୁଥିଲେ |
ମଙ୍ଗଳବାର ଦିନ ଉପଜିଲ୍ଲାପାଳ ଭବ ତାରଣ ସାହୁଙ୍କ ସହିତ ପୁରୀ ତହସିଲଦାର ମନ୍ଦିର କାର୍ଯ୍ୟାଳୟରେ ପହଁଚି ସମସ୍ତଙ୍କ ସହିତ ବୈଠକ କରିଥିଲେ ଏବଂ ସବୁ ସମସ୍ୟା ବିଷୟରେ ପଚାରି ବୁଝିଥିଲେ |ଶେଷରେ ଘୋଷଣା କରିଥିଲେ କି ପ୍ରତିଦିନ ପ୍ରସାଦ ଏବଂ ଅନ୍ୟ ବ୍ୟବସ୍ଥା ପାଇଁ ୧୦୦୦୦/- ପ୍ରଶାସନ ତରଫରୁ ମିଳିବ |ଏହି ନିଷ୍ପତ୍ତି ପରେ ସେବକ ସମୁଦାୟ ଅସନ୍ତୋଷ ପ୍ରକାଶ କରିଥିଲେ |ସେମାନେ କହିଥିଲେ କି ମନ୍ଦିର ସଂଚାଳନ କରିବାପାଇଁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ କରିବା ଦାବୀ କରିଛନ୍ତି |ଉପଜିଲ୍ଲାପାଳ ବୈଠକରେ ସୂଚନା ଦେଇ କହିଛନ୍ତି କି ଏ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇବେ ଆଗକୁ ଯାହାହେବ କିନ୍ତୁ ପ୍ରତିଦିନ ପ୍ରସାଦ ଏବଂ ଅନ୍ୟ ବ୍ୟବସ୍ଥା ପାଇଁ ବର୍ତ୍ତମାନ ୧୦୦୦୦/- ପ୍ରଶାସନ ତରଫରୁ ମିଳିବ |ଯେଉଁଥିରେ ସେବକ ନିଯୋଗ ଅସନ୍ତୋଷ ପ୍ରକାଶ କରିଛନ୍ତି |ଏହି ବୈଠକରେ ରବିନାରାୟଣ ପଣ୍ଡା, ନିଯୋଗର ଅଧକ୍ଷ ଚିନ୍ତାମଣି ପଣ୍ଡା, ଦାମୋଦର ମହାପାତ୍ର, ରଘୁନାଥ ପଣ୍ଡା, ଭୀମସେନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ସଂଚାଳନ ପାଇଁ ଏକ ମହତ୍ୱ ପୂର୍ଣ୍ଣ ଜାନକାରୀ ଉପଜିଲ୍ଲାପାଳ ଙ୍କ ପାଖରେ ରଖିଲେ |ସମସ୍ତ ମହତ୍ୱ ପୂର୍ଣ୍ଣ ଜାନକାରୀ ଶୁଣିବା ପରେ ଉପଜିଲ୍ଲାପାଳ କହିଥିଲେ ଆମେ ଏହାଠୁ ଅଧିକ କିଛି କରିପାରିଵୁ ନାହିଁ |ସେବକ ମାନେ କହିଲେ ଯଦି ଆପଣ କିଛି କରିପାରିବେ ନାହିଁ ତାହେ ଆପଣ ଆମମାନଙ୍କ ରାସ୍ତାରେ ଆସନ୍ତୁ ନାହିଁ |ଆମେ ଏ ବିଷୟରେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଙ୍କ ସହାୟତା ପାଇଁ ନିବେଦନ କରିବା ପାଇଁ ଆମେ ରେଡି ଅଛୁ କିନ୍ତୁ ବାବା ଶ୍ରୀ ଲୋକନାଥ ମନ୍ଦିରରେ ପୂଜା ଵିଧି ଅନୁସାରେ ହେବା ଦରକାର |