କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୪/୦୭ /୨୦୨୦,ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାର ଆଜି ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ କରୋନା ମୁକାବିଲା ପ୍ରସ୍ଥୁତିର ସମୀକ୍ଷା କରିଛନ୍ତି । ସାକ୍ଷୀଗୋପାଳ, ମଙ୍ଗଳପୁର, ଡେଲାଙ୍ଗ, କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କୋଭିଡ ମୁକାବିଲା ଭିତ୍ତିଭୂମି ଯାଞ୍ଚ, ଉପଲବ୍ଧ ସୁବିଧା ସଂପର୍କରେ ସମୀକ୍ଷା କରିଛନ୍ତି । ଏତଦ୍ ବ୍ୟତୀତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ କୋଭିଡ କେୟାର ପରିଚାଳନା କମିଟି ଏବଂ କୋଭିଡ ଯତ୍ନ କେନ୍ଦ୍ର ପରିଚାଳନା ସଂପର୍କରେ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବିଡିଓ, ସ୍ବାସ୍ଥ୍ୟ ଅଧିକାରୀ, ସିଡିଏମ୍ଓ ଡଃ ସୁଜାତା ମିଶ୍ର, ଡିପିଏମ୍ ଟି. ନାରାୟଣ ରାଓ ପ୍ରମୁଖ ସାମିଲ ଥିଲେ ।
Related Stories
November 22, 2024