ବ୍ରହ୍ମପୁର:ଏଣିକି ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ମାନେ ସାମାଜିକ ଦୂରତ୍ୱ ଉଲଂଘନ ଉପରେ ନଜର ରଖିବେ । ସେମାନଙ୍କ ରାଜସ୍ୱ ସର୍କଲ ଇଲାକାରେ ଏଭଳି ଘଟଣା ଘଟିଲେ ସଙ୍ଗେ ସଙ୍ଗେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ରାଜସ୍ୱ ନୀରିକ୍ଷକମାନଙ୍କୁ ନୋଡ଼ାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଜିଲ୍ଲାରେ ବାରମ୍ବାର ସାମାଜିକ ଦ୍ୱରତ୍ୱ ଉଲଂଘନ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାର ନଜରକୁ ଆସିବା ପରେ ଜିଲ୍ଲାପାଳ ରାଜସ୍ୱ ନିରୀକ୍ଷକମାନଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦେଇଛନ୍ତି । ଗୋପାଳପୁର ହୋଟେଲ ମେ ଫେୟାର ଠାରେ ବିବାହ ଉତ୍ସବ ଏବଂ ପୋଲସରା ବ୍ଲକ ଡେଙ୍ଗାପଦର ଗ୍ରାମ ପଂଚାୟତର ମର୍ଦ୍ଦରାଜ ପୁର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସାମାଜିକ ଦୂରତା ଉଲଂଘନ କରି ହୋଇଥିଲା । ଭିଡ଼ିଓ ଭାଇରାଲ ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସାମାଜିକ ଦୂରତ୍ୱ ଉଲଂଘନ କରି ବାରମ୍ବାର ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ପ୍ରଶାସନ ଏହାକୁ ରୋକିବା ଲାଗି ପ୍ରଶାସନ ଏହି କଠୋର ପଦକ୍ଷେପ ନେଇଥଛି । ତେଣୁ ସାମଜିକ ଦୂରତା କୌଣସି କ୍ଷେତ୍ରରେ ଯେଭଳି ଉଲଂଘନ ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ରାଜସ୍ୱ ନୀରିକ୍ଷକ ମାନଙ୍କୁ କୁହାଯାଇଛି ।
Related Stories
November 27, 2024
November 27, 2024