-
କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ୱତନ୍ତ୍ର ଜ୍ୱର କ୍ଲିନିକ୍ ଖୋଲାଯାଇଛି । ଉକ୍ତ କ୍ଲିନିକ୍କୁ ଯାଇ ଲୋକେ ନିଜର କରୋନା ଲକ୍ଷଣ ଉପରେ ପରାମର୍ଶ ନେଇପାରିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ଏହି ଜ୍ୱର କ୍ଲିନିକ୍ ବ୍ରହ୍ମପୁର ସହରରେ ଥିବା ଆସିକା ରୋଡ୍, ଆଗା ସାହି, ବୈକୁଣ୍ଠନଗର, ଗୁଡ୍ସେଡ୍ ରୋଡ୍, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖି, ଏସ୍ଏନ୍ଟି ରୋଡ୍ ରେଡକ୍ରସ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲାଯାଇଛି । ଏହା ଦୈନିକ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଜଣାପଡିଛି ।