-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୧୮୮ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୩୩୫ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୪୧, ବାଲେଶ୍ୱର ଜିଲ୍ଲାରେ ୫୫୪, ବରଗଡ ଜିଲ୍ଲାରେ ୨୦୫, ଭଦ୍ରକ ଜିଲ୍ଲାରେ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୬୮. ବୌ ଦ୍ଧ ଜିଲ୍ଲାରେ ୬୦, କଟକ ଜିଲ୍ଲାରେ ୧୦୬୦, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୧୦୪. ଗଜପତି ଜିଲ୍ଲାରେ ୬୪୩, ଜଗତସିଂହପୁର ଜିଲ୍ଲାରେ ୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୯୧୪, ଝାରସୁଗୁଡା ଜିଲ୍ଲାରେ ୧୮୨, କଳାହାଣ୍ଡି ଜିଲ୍ଲାରେ ୮୩, କନ୍ଧମାଳ ୧୯୯, କେନ୍ଦ୍ରାପଡା ଜିଲ୍ଲାରେ ୩୦୯, କେନ୍ଦୁଝର ଜିଲ୍ଲାରେ ୩୪୦, ଖୋର୍ଧା ଜିଲ୍ଲାରେ ୧୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୫୯, ମାଲକାନଗିରି ଜିଲ୍ଲାରେ ୧୯୫, ମୟୁରଭଂଜ ଜିଲ୍ଲାରେ ୩୭୬. ନବରଙ୍ଗପୁର ଜିଲ୍ଲାରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୭୧, ନୂଆପଡା ଜିଲ୍ଲାରେ ୯୧, ପୁରୀ ଜିଲ୍ଲାରେ ୩୭୧, ରାୟଗଡା ଜିଲ୍ଲାରେ ୧୬୫. ସମ୍ବଲପୁର ଜିଲ୍ଲାରେ ୧୧୫. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୭୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।