
ନୂଆଦିଲ୍ଲୀ– ଅଭିନେତ୍ରୀ ତଥା ମଡେଲ୍ ଦିବ୍ୟା ଚୌକ୍ସେ ପ୍ରାଣ ହରାଇଛନ୍ତି।ଦେଢ଼ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ଦିବ୍ୟା ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା। ଏହି ଖବର ପୁଣି ଥରେ ବଲିଉଡ୍ ଜଗତରେ ଶୋକ ର ଛାୟା ଖେଳାଇ ଦେଇଛି ।