ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ଛଅ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଚାରି ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ କଟକ ଜିଲ୍ଲାର ଜଣେ ଓ ଖୋର୍ଧା ଜିଲ୍ଲାର ଜଣେ ଅଛନ୍ତି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୪୫, ୬୩, ୭୨ ଓ ୪୯ ବର୍ଷ । ଏମାନେ ସମସ୍ତେ ପୁରୁଷ । କରୋନାରେ ମୃତ୍ୟୁବରଣ କରିଥିବା ୪୫ ବର୍ଷୀୟ ବ୍ୟକ୍ତିଙ୍କ ମଧୁମେହ ଓ ରକ୍ତଚାପରେ ପୀଡିତ ଥିଲେ । ସେହିପରି ୭୨ ବର୍ଷୀୟ ମୃତକ ଜଣଙ୍କ ମଧୁମେହ ହାର୍ଟ ଓ କିଡନି ଜନିତ ରୋଗରେ ପୀଡିତ ଥିଲେ ବୋଲି ସୂଚନା ଦିଆ ଯାଇଛି । ସେହିପରି ୪୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ ।
ଭୁବନେଶ୍ୱରର କରୋନା ଆକ୍ରାନ୍ତ ହୋଇଥିବା ୬୭ ବର୍ଷୀୟ ଜଣେ ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କିଡନି ରୋଗରେ ପୀଡିତ ଥିଲେ । ସେହିପରି କଟକରେ ଜଣେ ୪୦ ବର୍ଷୀୟ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।