-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୮୩ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୧୪୭ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୪୦, ବାଲେଶ୍ୱର ଜିଲ୍ଲାରେ ୫୪୬, ବରଗଡ ଜିଲ୍ଲାରେ ୨୦୨, ଭଦ୍ରକ ଜିଲ୍ଲାରେ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୬୩. ବୌ ଦ୍ଧ ଜିଲ୍ଲାରେ ୫୩, କଟକ ଜିଲ୍ଲାରେ ୧୦୨୧, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୧୦୨. ଗଜପତି ଜିଲ୍ଲାରେ ୬୧୪, ଜଗତସିଂହପୁର ଜିଲ୍ଲାରେ ୪୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୯୧୩, ଝାରସୁଗୁଡା ଜିଲ୍ଲାରେ ୧୭୬, କଳାହାଣ୍ଡି ଜିଲ୍ଲାରେ ୮୩, କନ୍ଧମାଳ ୧୯୯, କେନ୍ଦ୍ରାପଡା ଜିଲ୍ଲାରେ ୨୯୯, କେନ୍ଦୁଝର ଜିଲ୍ଲାରେ ୩୧୮, ଖୋର୍ଧା ଜିଲ୍ଲାରେ ୧୩୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୫୯, ମାଲକାନଗିରି ଜିଲ୍ଲାରେ ୧୮୪, ମୟୁରଭଂଜ ଜିଲ୍ଲାରେ ୩୫୪. ନବରଙ୍ଗପୁର ଜିଲ୍ଲାରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୭୦, ନୂଆପଡା ଜିଲ୍ଲାରେ ୯୧, ପୁରୀ ଜିଲ୍ଲାରେ ୩୬୪, ରାୟଗଡା ଜିଲ୍ଲାରେ ୧୪୧. ସମ୍ବଲପୁର ଜିଲ୍ଲାରେ ୧୧୩. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।