
-
ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅପିଲ କଲେ ସୂଚନା କର୍ମୀ
ଅନୁଗୁଳ-ସୂଚନା ଅଧିକାର ଆଇନ ଅନୁସାରେ ମାଗାଯାଇ ଥିବା ସୂଚନା ପ୍ରଦାନ କରୁନାହାନ୍ତି ଅନୁଗୁଳ ଆରଟିଓ ।ଏଣୁ ସୂଚନା କର୍ମୀ ଅମିତ ମୋଦି ଆଜି ପ୍ରଥମ ଅପିଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ଅପିଲ କରିଥିବା କହିଛନ୍ତି। ସୂଚନା କର୍ମୀ ଅମିତ ଙ୍କ ମୁତାବକ ସେ ଅନୁଗୁଳ ଆରଟିଓ କାର୍ଯ୍ୟାଳୟ ରୁ ଗାଡି ପଞ୍ଜିକରଣ ବାବଦ କେତେ ଟଙ୍କା ଖର୍ଚ୍ଚ ଓ ବିଗତ 3 ବର୍ଷ ରେ 2/3 ଟି ଗାଡି ନିର୍ମିତ କମ୍ପାନୀ ଦ୍ୱାରା କେତୋଟି ଗାଡି ଅନୁଗୁଳ ଆରଟିଓ ନିକଟରେ ପଞ୍ଜିକରଣ ହୋଉଥିଲା ତାହା ଜାଣିବାକୁ ଚାହୁଁଥିଲେ।ଏ ନେଇ ଅମିତ ଗତ ଜୁନ ମାସ 5 ତାରିଖରେ ଅନୁଗୁଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସ୍ଥିତ ଆରଟିଆଇ କାର୍ଯ୍ୟାଳୟ ରେ ଆରଟିଆଇ ଦାଖଲ କରିଥିଲେ।ଆର ଟି ଆଇ ଦାଖଲ କରିବା ଗୋଟିଏ ଦିନ ପରେ ଅମିତ ମାଗିଥିବା ସମ୍ପୃକ୍ତ ଗାଡି କମ୍ପାନୀ ର ଗୁଣ୍ଡା ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ।ଅମିତ ଏ ନେଇ ଅନୁଗୁଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଘଟଣା ର ତଦନ୍ତ କରି ଆଇନ ମୁତାବକ ଘଟଣାରେ ସଂପୃକ୍ତ 3 ଜଣଙ୍କୁ ଥାନା ରୁ ଜାମିନ ରେ ଛାଡିଥିଲେ।ତେବେ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିବାର 1 ମାସ ଭିତରେ ସମ୍ପୃକ୍ତ ଅଧିକାରୀ ସୂଚନା ପ୍ରଦାନ କରିବା କଥା।କିନ୍ତୁ ଏହି ମାମଲା ରେ ଏକ ବଡ ଧରଣର ସଂଗଠିତ ଉପାୟରେ ଚୋରି ହେଉଥିବା ଅମିତ ଅଭିଯୋଗ ଆଣିଛନ୍ତି।ଯାହା ଫଳରେ ଅନୁଗୁଳ ଆରଟିଓ ସୂଚନା ପ୍ରଦାନ କରିବାରେ କୁଣ୍ଠାବୋଧ କରୁଥିବା ଅମିତ କହିଛନ୍ତି।ସୂଚନା ଅଧିକାର ଆଇନ ମୁତାବକ ଅମିତ ପ୍ରଥମ ଅପିଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଅନୁଗୁଲଙ୍କ ଠାରେ ଅପିଲ କରିଥିବା କହିଛନ୍ତି।