ଭୁବନେଶ୍ୱର– ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ସେ କହିଛନ୍ତି ଯେ ଖାତା ଦେଖା ଶେଷ ହୋଇଛି ଏବଂ ଟାବୁଲେସନ ଚାଲିଛି ।
ସେ କହିଛନ୍ତି ଯେ ସହିତ ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି ବୋଲି କହିଛନ୍ତି । ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନଥିବା କାରଣରୁ ଏହି ସମସ୍ୟା ରହୁଛି । ତେବେ ଏଥିନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯିବ । କିପରି ମୂଲ୍ୟାୟନ ଠିକ୍ ଭାବେ ହେବ ଜିଲ୍ଲାପାଳଙ୍କୁ ସେ ବିଷୟରେ ମୁଖ୍ୟ ସଚିବ ଅବଗତ କରାଇବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି ।
ଉଲ୍ଲେଖନୀୟ ଯେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ତେଣୁ କେବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ସେ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ।