
ଜଗନ୍ନାଥ ପ୍ରସାଦ. ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ମା ଠାକୁରାଣୀ ମନ୍ଦିର ଠାରୁ ମସାଣି ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମପଞ୍ଚାୟତ ପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳକରାଯାଇଛି ଏହି କାମଟିକୁ ମହାତ୍ମାଗାନ୍ଧୀ ଜାତି ୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କ ଦ୍ୱାରା ନିର୍ମାଣ ଆଦେଶ ରହିଛି ଦୁଇ ଦିନ ହବ ରାତିରେ ଟ୍ରାକ୍ଟର, ଜେସିବି ଯୋଗେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି ଏ ନେଇ ଗତ କାଲି ମଧ୍ୟ ରାତିରେ ମେସିନ ଲାଗିଥିବା ଦେଖି ଚିକିଲି ଗ୍ରାମରେ ଶ୍ରମିକ ମାନେ ଏହାର ପ୍ରତିବାଦ କରିବାରୁ ଠିକାଦାର ଓ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ଲୋକମାନେ ଏନେଇ ଜଗନ୍ନାଥ ପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ, ବ୍ଲକର ଜେଇ ରମେଶ ଚନ୍ଦ୍ର ଲେଙ୍କା, ଥାନା ଅଧିକାରୀ ଯୁବରାଜ ସ୍ୱାଇଁ, ଗ୍ରାମରୋଜଗାର ସେବକ ବସନ୍ତ କୁମାର ଦାସ ଙ୍କ ଦୃଷ୍ଟିକୁ ଆଣିଥିଲେ ଫଳରେ ରାତିରେ ତହସିଲଦାର ସଦଳବଳ ସହ ଯାଇ ଘଟଣା ସ୍ଥଳରୁ 1ଜେସିବି, 4ଟ୍ରାକ୍ଟର ଜବତ କରି କାର୍ଯ୍ୟାଳୟ କୁ ଆଣିଥିଲେ ଲୋକଙ୍କ ଅଭିଯୋଗ ଯେ ଚିକିଲି ଗ୍ରାମରେ ଅଧିକା ଶ୍ରମିକ ରହିଛନ୍ତି ସେମାନେ ସବୁ ବିଦେଶଯାଇକି ଫେରି ବେକାର କୋରନା ସମୟରେ ବେକାର ହୋଇ ବସିଥିଲେ ସେମାନେ କାମକରିବାକୁ ଚାଇଁ ରହିଛନ୍ତି ହେଲେ ପ୍ରତିନିଧି ମାନେ ସେମାନଙ୍କୁ କାମରେ ନ ଲଗାଇ ମିସିନ ଲଗା ଯାଇଛି ସେମାନଙ୍କୁ କାମ ନ ଦେଇ ମେସିନ କରୁଛି ଲଗା ଯାଇଥିବା କାର୍ଯ୍ୟକ୍ରମ ବୋର୍ଡ ରେ ଅଟକଳମୂଲ୍ୟ, କାର୍ଯ୍ୟକ୍ରମ ଆରମ୍ଭ, ସହ ଅନ୍ୟନ୍ୟ ଅନୁସାଙ୍ଗିକ ସୂଚନା ଲେଖା ଯାଇନି ଯାଇକି ଜେଇ ଙ୍କୁ ପଚାରିବାରୁ ସେକହିଲଏହା ଜି ଆର ଏସ କୁ ଜଣା ବୋଲି କହିଲେ ଜି ଆର ଏସ କୋଡ଼ ବାହାରିଛି କିନ୍ତୁ କାମ ଆରମ୍ଭ ହଵାର ଜାଣିନି ବୋଲି ନିଜେ କହିଛନ୍ତି ପିଓ ଅରକ୍ଷିତ ପ୍ରଧାନ ଙ୍କୁ ପଚାରି ବାରୁ ସେ କହିଛନ୍ତି ଯେ କାର୍ଯ୍ୟାଦ୍ଵାସ ମୋନାରେ ଥିବାର ମୁଁ ଜାଣିନି ତେଣୁ କାହା ଇଂଗିତରେ ମିସିନ କାମ ଚାଲିଛି ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ନବା ପାଇଁ ସାଧାରଣ ରେ ଦାବି ହୋଇଛି ଏବଂ ଗ୍ରାମବାସୀ ଦାବି କରିବା ସହ ଶ୍ରମିକ ମାନଙ୍କୁ କାର୍ଯ୍ୟ ରେ ଲଗାଇବା କୁ ଦାବି କରିଛନ୍ତି ଅନ୍ୟ ପଟ ଗାଡି ଓ ଜେସିବି କୁ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ନେତା ଠିକାଦାର ଙ୍କ ଗାଡି ମକୁଲାଇ ବାକୁ ଚେଷ୍ଟା ଜାରି ରହିଛି
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ