-
ଆବଣ୍ଟନ ପାଇଁ ତିଆର କରାଯିବ ମାପଦଣ୍ଡ,
-
କରୋନା ସହାୟତା ତୃତୀୟ ଏବଂ ଚତୁର୍ଥ କିସ୍ତିର ୫000-୫000 ଟଙ୍କା ମିଳିବ ,
-
ଶ୍ରୀମନ୍ଦିର ପଥର ପଡ଼ିବାର ଏବେ ପର୍ଯ୍ୟନ୍ତ ମିଳିନାହିଁ କୌଣସି ତଥ୍ୟ,
-
ସେବାୟତ ମାନଙ୍କର ଅବସ୍ଥା ଜାଣିବା ପାଇଁ କରାଯିବ ସର୍ଭେ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଶ୍ରୀମନ୍ଦିର ସେବାୟତ ମାନଙ୍କ ପାଇଁ ଖୁସିର ଖବର |ଯଦି ସବୁକିଛି ଠିକ ଠାକ ରହିବ ତେବେ ନିଶ୍ଚିତ ଭାବେ ଆବଶ୍ୟକ ଥିବା ସେବାୟତଙ୍କୁ ତାଙ୍କର ନିଜସ୍ୱ ଘର ମିଳିପାରେ |ଦରକାର ପଡିଲେ ଶ୍ରୀମନ୍ଦିରର ଜମି ସେବାୟତ ମାନଙ୍କୁ ପ୍ରଦାନ କରାଯାଇ ପାରିବ |ଏହୀ ସୂଚନା ଶ୍ରୀମନ୍ଦିର ର ମୁଖ୍ୟପ୍ରଶାସକ ଡ଼ଃ କିଶନ କୁମାର ପ୍ରଦାନ କରିଛନ୍ତି |ସେ କହିଛନ୍ତି ଆଜି ଶ୍ରୀମନ୍ଦିର ସଂଚାଳନ ସମିତିର ଏକ ମହତ୍ୱପୂର୍ଣ୍ଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି |ସେ କହିଛନ୍ତି କରୋନାକୁ ନେଇ ଜାରି କରାଯାଇଥିବା ଲକଡାଉନ ଏବଂ ସଟଡାଉନ ପାଇଁ ମନ୍ଦିର ବନ୍ଦ ରହିଛି |ଏହି ପରିସ୍ଥିତିରେ ସେବାୟତ ମାନଙ୍କୁ ଆର୍ଥିକ ସହାୟତା ଦିଆଯିବ |ଏହି ସେବାୟତ ମାନଙ୍କୁ ସାହାଯ୍ୟ କରିବାପାଇଁ ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୫000-୫000 ଟଙ୍କା ସହାୟତା ଦିଆଯିବ |ଏହା ପୂର୍ବରୁ ୨ ଟି କିସ୍ତିରେ ୫000-୫000 ଟଙ୍କା ସହାୟତା ଦିଆ ସରିଛି |ଅଗଷ୍ଟ ମାସ ପରେ ପୁଣି ବୈଠକ ହେବ ଏବଂ ପରିସ୍ଥିତି କୁ ନେଇ ଆଲୋଚନା କରାଯିବ |ସମୟ ଅନୁସାରେ ନିଷ୍ପତ୍ତି ନିଆଯିବ |
ଏହା ସହିତ ଶ୍ରୀମନ୍ଦିର ସେବାୟତ ମାନଙ୍କ ସ୍ଥିତି ଜାଣିବା ପାଇଁ ସର୍ଭେ କରାଯିବ |୨୦୧୪ ଏବଂ ୨୦୧୫ ମସିହାରେ ସର୍ଭେ କରାଯାଇଥିଲା ଏବଂ ଏବେ ପୁଣି ଥରେ ସର୍ଭେ କରାଯିବ|ସେ କହିଛନ୍ତି ଭୁବନେଶ୍ୱରର ନବକୃଷ୍ଣ ଚୌଧୁରୀ, ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଇଜ ନାମକ ସଂସ୍ଥା ର ସହାୟତା ନିଆଯିବ |ଏହି ପରିସ୍ଥିତିରେ ସେବାୟତ ମାନଙ୍କ ର ସଂଖ୍ୟା, ଶିକ୍ଷା, ଆର୍ଥିକ ଏବଂ ସାମାଜିକ ସମେତ ଅନ୍ୟ ପରିସ୍ଥିତି ର ତଥ୍ୟ ସଂଗ୍ରହ କରାଯିବ |ଏହା ସହିତ ବାଲିଆ ପୁରସ୍କାର ଯୋଜନା ଦୁଇ ଗୁଣ ରୂପରେ ଚାଲୁଚି ଏବଂ ଚାଲୁଥିବା |
ବୈଠକରେ ଡିସ୍ପେନ୍ସାରୀ ର ସମୀକ୍ଷା କରିବାର ନିର୍ଣ୍ଣୟ ନିଆଗଲା ଯେ କିଭଳି ଔଷଧ ଅଧିକ ମିଳିବ ଏବଂ ଏହାର ବ୍ୟବହାର ସେବାୟତ ମାନଙ୍କୁ ମିଳିବ |ଏହି ବୈଠକରେ ସବୁଠାରୁ ମହତପୂର୍ଣ୍ଣ ବିଷୟ ସେବାୟତ ମାନଙ୍କ ପାଇଁ ଘର ଦିଆଯିବାକୁ ନେଇ ରହିଛି |ସେମାନେ କହିଛନ୍ତି ହାଉସିଂ ସହରୀ ବିକାଶ ବିଭାଗର ଯୋଜନା ଅଟେ |ସାଥିରେ ପ୍ରଧାନମନ୍ତ୍ରୀ ଅର୍ବାନ ଆବାସ ଯୋଜନା ମଧ୍ୟ କରିଛନ୍ତି |ସରକାରଙ୍କ ବିଏଲସି କମ୍ପନେଟ ର ମାଧ୍ୟମରେ ଶ୍ରୀମନ୍ଦିର ତରଫରୁ୨00- ୨୫0 ପର୍ଯ୍ୟନ୍ତ ହାଉସିଂ ଯୋଜନା ପ୍ରସ୍ତୁତ କରାଯିବା |ଏହି ସମୟରେ ଆର୍ଥିକ ଦୃଷ୍ଟି କୋଣରୁ ଅନୁସାରେ ଦେଖି ଶୁଣି ଆବାସ ଆବଣ୍ଟନ କରାଯିବା |ଏହାକୁ ନେଇ ଚଳନ୍ତା ମାସ ଶେଷ ହେବା ପର୍ଯ୍ୟନ୍ତ ରୂପରେଖ ତିଆରି କରାଯିବ |ମୁଖ୍ୟ ପ୍ରଶାସକ କହିଲେ ଯେ ୬ ଜୁନ ରେ ଗର୍ଭଗୃହରେ ପଥର ପଡିଥବାର ଖବର ମିଳିଥିଲା |କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ASI ଙ୍କ ପାଖରେ ପଥର ର କୌଣସି ସୂଚନା ନାହିଁ |କେଉଁଠି ଏବଂ କୌଣସି ସ୍ଥାନରୁ କିଛି ତଥ୍ୟ ମିଳିନାହିଁ |ଏହି ଅଣସର ସମୟରେ ସେବାୟତ ମଧ୍ୟ ଥିଲେ |ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ |ଯଦି କାହା ପାଖରେ କୌଣସି ତଥ୍ୟ ଥାଏ ତେବେ ଶ୍ରୀମନ୍ଦିର ସଂଚାଳନ ସମିତିରେ ସୂଚନା ପ୍ରଦାନ କରିବେ |ବିଚାର କରିବା ପାଇଁ ଆମ୍ଭେ ପ୍ରସ୍ତୁତ ଅଛୁ |ASI ଙ୍କୁ କିଛି ଫୋଟୋ ଦେଖା ଯାଇଛି କିନ୍ତୁ ରିପୋଟ ଆସିନାହିଁ |କିଛି ଅଧିକ ବିଘ୍ନ ହେବାର କଥା ନାହିଁ |ଚାରମାଳ ବାନ୍ଧିବା ଫୋଟୋ ଦେଖାଯାଇଛି ଗତଵର୍ଷର ଫୋଟୋ ଖୋଜିକରି ମିଳାଜୀବ |ଏଥିରୁ ବଞ୍ଚିବା ପାଇଁ ଗର୍ଭଗୃହର ଡକୁମେଟେସନ କରାଯିବ କାରଣ କିଛି ହେଲେ ତାକୁ ମିଳାଯାଇ ପାରିବ |ଚାରି ପାଞ୍ଚ ଜଣ ସେବାୟତଙ୍କୁ ନେଇ କମିଟି ଗଠନ କରାଯିବ ଏବଂଅନ୍ୟ ଏକ ଟେକନିକ କମିଟି ପୂର୍ବରୁ ଗଠନ କରାଯିବ |ଆଜି ଏହାର ସଦସ୍ୟ ମଧ୍ୟ ବୈଠକ ରେ ଥିଲେ |ସମସ୍ତେ ମିଶି କାମ କରିବେ |ରତ୍ନସିଂହାସନ ର କିଛି ପଥର ପଦ୍ମ ପାଖୁଡା ପାଖରୁ କିଏ ନେଇଯାଇଛି |ଏଥିପାଇଁ ଶିକାୟତ କରାଯାଇଥିଲା |ASI ଅଧିକାରୀ ମାନଙ୍କୁ ଆମେ ରିପୋର୍ଟ ମାଗିଛୁ |ରିପୋର୍ଟ ଆସିଲା ପରେ ଆମେ କହିପାରିବୁ ଏବଂ ଏହା ସହିତ ଗର୍ଭଗୃହରେ କେତେ ପଥର ଲାଗା ହୋଇଛି ଏଥିପାଇଁ ଫୋଟୋ ଓ ଭିଡ଼ିଓ କୁ ନେଇ ଏକ ତଥ୍ୟ ଡକୁମେଟେସନ ତିଆରି କରିପାରିବା |