
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ନବକଳେବର ରୋଡ ସ୍ଥିତ ଘରୋଇ ନର୍ସିଂହୋମରେ କୋଭିଡ ୧୯ ନିୟମ ର ଖୁଲମଖୁଲା ଉଲ୍ଲଂଘନ, ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମଧ୍ଯ ଜିଲ୍ଲା ପ୍ରଶାସନ ଦ୍ୱାରା ନର୍ସିଂହୋମ ସିଲ କରାଯାଇନଥିଲା । କିନ୍ତୁ ଆଜି ସେହି ନବକଳେବର ରୋଡ ସ୍ଥିତ ଶ୍ରୀକୃଷ୍ଣ ହେଲଥ କେଆର ଓ ରିସର୍ଚ୍ଚ ସେଣ୍ଟର ଘରୋଇ କ୍ଲିନିକ କୁ ନର୍ସିଂହୋମ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି | ଏହି ହସ୍ପିଟାଲ ର କିଛି କର୍ମଚାରୀ କରୋନା ସଂକ୍ରମିତ ଜଣା ପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କାର୍ଯ୍ୟ ସମ୍ପାଦନ କରାଯାଇଛି ।
